ନୂଆଦିଲ୍ଲୀ: ସୋମବାର ନୀତି ଆୟୋଗର ସଦସ୍ୟ ତଥା କୋଭିଡ ମୁକାବିଲା ପାଇଁ ତିଆରି ହୋଇଥିବା ନ୍ୟାସନାଲ ଟାସ୍କ ଫୋର୍ସ (ଏନଟିଏଫ)ର ମୁଖ୍ୟ ଡାକ୍ତର ଭି.କେ ପାଲ କହିଥିଲେ ଯେ ସମୟ ଆସିଯାଇଛି ଦେଶର ଲୋକଙ୍କୁ ମଧ୍ୟ ନିଜ ଘର ଭିତରେ ମଧ୍ୟ ମାସ୍କ ପିନ୍ଧି ରହିବାକୁ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ଆମ ସମସ୍ତଙ୍କୁ ଏଭଳି ଉପାୟ ବାଛିବାକୁ ହେବ।
ସେ କହିଛନ୍ତି ଜଣେ ସଂକ୍ରମିତ ବ୍ୟକ୍ତି ଯଦି ଛିଙ୍କିବେ ତେବେ ଏହି ଛିଙ୍କରେ ଥିବା ଛୋଟିଆ ପାଣି ବୁନ୍ଦା ଅନ୍ୟ ଜଣଙ୍କୁ ସଂକ୍ରମଣ କରିପାରିବ। ଛିଙ୍କରେ ଥିବା ଛୋଟିଆ କଣିକା ମାନ ବାୟୁ ମାଧ୍ୟମରେ ସଂକ୍ରମଣକୁ ବିସ୍ତାର କରୁଛି।
ସେହିପରି କାଶିବା, କଥାବାର୍ତ୍ତା କରିବା, ପାଟି କରିବା ବେଳେ ସଂକ୍ରମଣ ସମ୍ଭାବନା ଅଧିକ ରହିଛି। କାରଣ ସଂକ୍ରମିତ ବ୍ୟକ୍ତି ପାଖରେ ଥିବା ଭାଇରାସ କାଶିବା, କଥାବାର୍ତ୍ତା ହେବା ଦ୍ୱାରା ଛୋଟିଆ ଛୋଟିଆ ପାଣି ବୁନ୍ଦାରେ ଏହି ଭାଇରସ ରହିଥାଏ। ଆଉ ଏହା ବାୟୁରେ ମଧ୍ୟ ରହିପାରୁଛି। ଏହା କ୍ରମଶଃ ନିଃଶ୍ୱାସ ପ୍ରଶ୍ୱାସରେ ଜରିଆରେ ଅନ୍ୟ ଜଣେ ସଂକ୍ରମିତ ହେଉଛି।
ଡାକ୍ତର ପାଲଙ୍କ କହିଛନ୍ତି ଏବେ ଅନୋକ ଲୋକ ଅଛନ୍ତି ଯେଉଁମାନଙ୍କଠାରେ ଏହି ଭାଇରସ ରହିଛି ହେଲେ କୌଣସି ଲକ୍ଷଣ ନାହିଁ। ଯାହାକି ସବୁଠୁ ବଡ଼ ମାରାତ୍ମକ। ତେଣୁ ମାସ୍କ ଓ ସାମାଜିକ ଦୂରତା ରଖିଲେ ସୁରକ୍ଷିତ ରହିପାରିବ। ଯଦି ଲକ୍ଷଣ ଥିବା ଲୋକ କଥାବାର୍ତ୍ତା କରନ୍ତି, ତେବେ ସଂକ୍ରମଣ ବ୍ୟାପିବା ପାଇଁ ଏହା ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ତେଣୁ ସେ ମାସ୍କ ପିନ୍ଧି କଥା ବାର୍ତ୍ତା କରିବା ଦରକାର। ଏମିତି ହେଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ବହୁତ କମ୍।
କରୋନାର ଦ୍ୱିତୀୟ ଲହର ଭାରତବର୍ଷ ପାଇଁ ବଡ଼ ବିପଦ ଆଣିଛି। ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଆଇସିୟୁ ବେଡ୍ ଏବଂ ଅକ୍ସିଜେନର ଚାହିଦା ବୃଦ୍ଧି ପାଇଛି। ଯାହାକି ଦେଶର ସ୍ୱାସ୍ଥ୍ୟାବସ୍ଥାର ଉଲଗ୍ନ ଚିତ୍ରକୁ ଦର୍ଶାଇଛି। ତେଣୁ ମାସ୍କ ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ ବିଶେଷଜ୍ଞ ଏବଂ ସରକାର ପରାମର୍ଶ ଦେଉଛନ୍ତି।
The post କାହିଁକି ଘରେ ମାସ୍କ ପିନ୍ଧିବା ଜରୁରୀ ? appeared first on Odisha Reporter.
from Odisha Reporter https://ift.tt/3xpFSMF
No comments:
Post a Comment