ବର୍ଷା କି ବନ୍ୟା ନଥିଲା: ହଠାତ୍‌ ଭୟାନକ ହୋଇ ମାଡ଼ି ଆସିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ବର୍ଷା କି ବନ୍ୟା ନଥିଲା: ହଠାତ୍‌ ଭୟାନକ ହୋଇ ମାଡ଼ି ଆସିଲା

କାମାକ୍ଷାନଗର(ବିଦ୍ୟାଧର ବରାଳ): ବର୍ଷା କି ବନ୍ୟା ନଥିଲା। ହେଲେ ହଠାତ୍‌ ଭୟାନକ ହୋଇ ମାଡ଼ି ଆସିଲା ଜଳ। ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ ଭୁଶୁଡ଼ିପଡ଼ିବାରୁ ଏମିତି ଅବସ୍ଥା ସୃଷ୍ଟି ହୋଇଛି।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ ନଂ ଡିଭିଜନ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।

ପ୍ରଖର ଜଳସ୍ରୋତ ଯୋଗୁଁ କେନାଲର ଜଳ ଏବେ ଲେମ୍ବୁପାଳ ଗାଁ ମୁହାଁ ହୋଇଥିବା ଜଣାପଡିଛି । ଫଳରେ ୫୦ ରୁ ଅଧିକ ପରିବାର  ଚିନ୍ତାରେ ରହିଛନ୍ତି । ସୂଚନା ଅନୁଯାୟୀ ,ଦୀର୍ଘଦିନ ହେବ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇ ରହିଥିଲା । କେନାଲରେ ଜଳ ପତ୍ତନ ବୃଦ୍ଧି ଯୋଗୁଁ ବନ୍ଧଟି ଭାଙ୍ଗିଥିବା ଅନୁମାନ କରାଯାଉଛି । ତେବେ ସମ୍ପୃକ୍ତ ରେଙ୍ଗାଳୀ କେନାଲ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କର ଦାୟିତ୍ୱହୀନତା ଯୋଗୁଁ କେନାଲ ବନ୍ଧ ଭୁଶୁଡ଼ିଥିବା କୁହାଯାଉଛି। ଏହି କେନାଲରେ ବିଭାଗୀୟ ଅଧିକାରୀ ମାନେ କୌଣସି ରକ୍ଷଣାବେକ୍ଷଣ କରୁ ନଥିଲେ। କେବଳ ଲେମ୍ବୁପାଳ ଗାଁ ନୁହେଁ ବରଂ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରେ ଅନେକ ସ୍ଥାନରେ ବନ୍ଧ ବିପଦସଂକୁଳ ଅବସ୍ଥାରେ ରହିଛି । ଏଥିପ୍ରତି ବିଭାଗର ଦୃଷ୍ଟି ନାହିଁ ।

ମକରଧ୍ୱଜ ବିଶ୍ୱାଳ ନାମକ ଜଣେ ସ୍ଥାନୀୟବାସିନ୍ଦା କହିଛନ୍ତି ଯେ, ଦୀର୍ଘଦିନ ହେଲା କେନାଲ ବନ୍ଧ ଦୁର୍ବଳ ହୋଇ ପଡ଼ିଥିଲା। ଅଫିସରମାନେ ଏଥିପ୍ରତି ଧ୍ୟାନ ଦେଉ ନଥିଲେ। ଆମେ ବି ବହୁବାର ଯାଇ ଅଭିଯୋଗ କରିଥିଲୁ। ହେଲେ ଆମ କଥା ସେମାନେ ଶୁଣିଲେନି। ଫଳରେ କେନାଲ ଭାଙ୍ଗିଯାଇ ଆମ ଚାଷ ଧୋଇଗଲା। ଏଥିଯୋଗୁ ଆମ ଗାଁ ପ୍ରତି ମଧ୍ୟ ବିପଦ ରହିଛି ବୋଲି ସେ କହିଛନ୍ତି। ସେହିପରି ବାଉଁଶପାଳର ଦିଲ୍ଲୀପ କୁମାର ସେଣ୍ଢ କହିଛନ୍ତି ଯେ, ୧୯୯୮ରେ କେନାଲ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ଟଙ୍କା ଆସୁ ନାହିଁ। ଫଳରେ ଆଜି ଏମିତି ଅବସ୍ଥା ଭୋଗିବାକୁ ପଡ଼ିଲା ବୋଲି ସେ କହିଛନ୍ତି।

The post ବର୍ଷା କି ବନ୍ୟା ନଥିଲା: ହଠାତ୍‌ ଭୟାନକ ହୋଇ ମାଡ଼ି ଆସିଲା appeared first on Odisha Reporter.



from Odisha Reporter https://ift.tt/3sYVG6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages