ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (OPSC) ଆଣିଛି ନିଯୁକ୍ତି ସୁଯୋଗ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ରାଜ୍ୟ ମୃତ୍ତିକ ସଂରକ୍ଷଣ ସେବାର କ୍ଲାସ୍ ୨ (ଗ୍ରୁପ୍ ବି)ରେ ଖାଲି ପଡ଼ିଥିବା ୯୨ଟି Assistant Soil Conservation Officers ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି ଓପିଏସ୍ସି।
ଆବେଦନ ପ୍ରକ୍ରିୟା
ବିଜ୍ଞପ୍ତି ଅନୁସାରେ, ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀମାନେ OPSCର ଅଫିସିଆଲ ୱେବସାଇଟ – opsc.gov.in ରେ ଏପ୍ରିଲ ୨୩ରୁ ମେ’ ୨୪ ମଧ୍ୟରେ ଏଥିପାଇଁ ଆବେଦନ କରିପାରିବେ। ଯଦିଓ ମେ’ ୨୪ ପର୍ଯ୍ୟନ୍ତ ପଞ୍ଜୀକରଣ ଓ ଦରଖାସ୍ତ ଫି’ ଭରିବା ପାଇଁ ଏକ ଲିଙ୍କ୍ ଉପଲବ୍ଧ କରାଯିବ, ତେବେ ପଞ୍ଜୀକୃତ ହୋଇଥିବା ଅନ୍ଲାଇନ୍ ଦରଖାସ୍ତକୁ ପ୍ରାର୍ଥୀମାନେ ମେ’ ୩୧ ମଧ୍ୟରେ ଦାଖଲ କରିପାରିବେ।
ଯୋଗ୍ୟତା:
ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଏଗ୍ରିକଲଚର, ହର୍ଟିକଲଚର, ଏଗ୍ରିକଲଚର ଇଞ୍ଜିନିୟରିଂ ଅବା ଫରେଷ୍ଟ୍ରିରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ ୨୦୨୧ ସୁଦ୍ଧା ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ସରକାରଙ୍କ ନିୟମ ଅନୁଯାୟୀ, ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ଆବେଦନ ନିୟମକୁ କୋହଳ କରାଯିବ। ଏହି ପଦ ନିମନ୍ତେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଅନୁଷ୍ଠିତ ହେବ। ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।
MCQ patternରେ ହେବାକୁ ଥିବା ଲିଖିତ ପରୀକ୍ଷା ନିମନ୍ତେ ସମୁଦାୟ ୨୦୦ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ୨୫ ମାର୍କର ମୌଖିକ ପରୀକ୍ଷା ଦେବେ। ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ମୋଟ ମାର୍କକୁ ହିସାବକୁ ନେଇ ପ୍ରାର୍ଥୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ।
The post OPSC ଆଣିଲା ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୯୨ ପଦବୀ appeared first on Odisha Reporter.
from Odisha Reporter https://ift.tt/31VA2Ed
No comments:
Post a Comment