ନୂଆଦିଲ୍ଲୀ: ବର୍ଷକ ପରେ ସମାନ ପରିସ୍ଥିତି ସମାନ ଦୃଶ୍ୟ। ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜମିଛି ଭିଡ। ତାଲା ବନ୍ଦ କଥା ଶୁଣି ଭୟରେ ଘରକୁ ଫେରିବା ପାଇଁ ଚେଷ୍ଟା ଚଳାଇଛନ୍ତି ଶହ ଶହ ପ୍ରବାସୀ। ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ ବସଷ୍ଟାଣ୍ଡ ଓ ଷେଷ୍ଟସନରେ ଏକାଠି ହୋଇଛନ୍ତି। କିଏ ବସ୍ରେ ଯିବାକୁ ଚେଷ୍ଟା କରୁଛି ତ ଆଉ କିଏ ଟ୍ରେନ୍ । ତେବେ ଅନେକ ପ୍ରବାସୀ ଗତବର୍ଷ ଭଳି ପାଦରେ ଚାଲି ଚାଲି ମଧ୍ୟ ଯିବାକୁ ପଛାଇ ନାହାନ୍ତି।
ବଢ଼ିଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଗତକାଲି ରାତି ୧୦ଟାରୁ ୬ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ଏହାପରେ ଏବେ ପ୍ରାବାସୀ ଶ୍ରମିକମାନେ ଘର ମୁହାଁ ହେଉଛନ୍ତି। ଗତକାଲି ରାତି ତମାମ ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ। ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା। କେହି କେହି ବସ ଉପରେ ବସି ଯିବା ଘଟଣା ବି ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଲକଡାଉନ୍ ପୂର୍ବରୁ ହିଁ ଲୋକେ ଚାଲି ଚାଲି ଘରକୁ ଫେରୁଥିବା ଘଟଣା ବି ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ବହୁ ଶ୍ରମିକ ଗତକାଲି ଦିଲ୍ଲୀ ହାଇେୱରେ ଚାଲି ଚାଲି ଘରକୁ ବାହାରିଛନ୍ତି । ଦିଲ୍ଲୀରେ ଭଡ଼ା ଘରେ ରହୁଥିଲେ, ଦି’ପଇସା କମାଇ ଗାଁକୁ ନେବେ ବୋଲି ଆଶା ରଖିଥିଲେ। ତେବେ ଗତ ଥର ଲକଡାଉନ୍ ପରେ ପୁଣି ଥରେ ସାହାସ ଜୁଟାଇ ଦିଲ୍ଲୀ ଆସିଥିଲେ। ତେବେ ଏବେ ପରିସ୍ଥିତି ପୁଣି ଥରେ ସବୁ କିଛି ବିଗାଡ଼ି ଦେଇଥିବା ସେମାନେ କହିଛନ୍ତି ।
ସେପଟେ ଭିଡକୁ ଦେଖି ନୂଆଦିଲ୍ଲୀ ଓ ଚାନ୍ଦନୀଚୌକ ଷ୍ଟେସନରେ ପ୍ରେବଶ ଉପରେ କଟକଣା ଜାରି କରାଯାଇଛି। ପ୍ରବେଶ ପଥକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବା ସହ ପ୍ରସ୍ଥାନକୁ ଅନୁମତି ଦେଇଛି ପ୍ରଶାସନ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଛାଡି ନଯିବାକୁ ପ୍ରବାସୀଙ୍କୁ ଅପିଲ କରିଛନ୍ତି।
The post ଲକଡାଉନ୍ ପରେ ବସ୍ଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରବଳ ଭିଡ଼ appeared first on Odisha Reporter.
from Odisha Reporter https://ift.tt/3x9odZz
No comments:
Post a Comment