ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୮୦୦ରୁ ଅଧିକ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୮୦୦ରୁ ଅଧିକ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ୫ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦିନ ଠାରୁ କେବେ ବି ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୪,୭୬୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୭୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧,୯୭୬ଟି ହେଉଛି ଲୋକାଲ୍ କେସ୍।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ ଓ ନୂଆପଡ଼ାରୁ ୫୩୪ ଜଣ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩, କଟକରୁ ୧୭୬, କଳାହାଣ୍ଡିରୁ ୧୬୭, ନବରଙ୍ଗପୁରରୁ ୧୫୪ ଓ କେନ୍ଦୁଝରରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୪, ଭଦ୍ରକ ୬୩, ବୌଦ୍ଧରୁ ୨୩, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୨୨, ଯାଜପୁରରୁ ୮୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କୋରାପୁଟରୁ ୩୧, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୮୬, ନୟାଗଡ଼ରୁ ୬୩, ରାୟଗଡ଼ାରୁ ୬୦ ଓ ସୋନପୁରରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୬୦୦ ଜଣ ଚିହ୍ନଟ ହୋଇଛନ୍ତି।

୪,୭୬୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୭,୪୬୪ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୭,୬୩୭ ଜଣ ସୁସ୍ଥ ହୋଇସାରିଛନ୍ତି। ୨୭,୮୨୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୩ରେ ପହଞ୍ଚି ଯାଇଛି।

The post ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୮୦୦ରୁ ଅଧିକ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2QJ2gQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages