ସୁଶୀଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ସୁଶୀଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ରବିବାର କେନ୍ଦ୍ର ସରକାର ସୁଶୀଲ ଚନ୍ଦ୍ରାଙ୍କ ନାମରେ ମୋହର ମାରିଛନ୍ତି। ଖୁବଶୀଘ୍ର ସୁଶୀଲଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ସୂଚନା ରହିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ତଳେ ଥିବା ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଇବାର ପରମ୍ପରା ରହିଛି।

ସିଇସି ସୁନୀଲ ଆରୋରା ଏପ୍ରିଲ ୧୨ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏହାର ପରଦିନ ଅର୍ଥାତ ୧୩ ଏପ୍ରିଲରେ ସୁଶୀଲ ଚନ୍ଦ୍ର ସିଇସି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ୧୪ ମେ ୨୦୨୨ ଯାଏ ସୁଶୀଲଙ୍କ କାର୍ଯ୍ୟକାଳ ରହିବ।

ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ନିର୍ବାଚନ କମିଶନରେ ଯୋଗଦେବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଥିଲେ। ଟିଏସ କୃଷ୍ନାମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଧିକାରୀ ଯିଏକି ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି। ୨୦୦୪ରେ କୃଷ୍ଣାମୃର୍ତ୍ତି ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ।

ମେ ୧୫, ୧୯୫୭ରେ ଜନ୍ମ ଗ୍ରହଣ କରିଥିଲେ ସୁଶୀଲ। ସେ ୧୯୮୦ ବ୍ୟାଚର ଆଇଆରଏସ (IRS)। ସେ ଆଇଆଇଟି ଋଋକିରୁ ବିଟେକ ଏବଂ ଡେରାଡୁନରୁ ଏଲଏଲବି ପାସ କରିଥିଲେ। ସୁଶୀଲଙ୍କ ନେତୃତ୍ୱରେ ଗୋଆ, ମଣିପୁର, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟ ଗୁଡ଼ିକର ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେବ। ୟୁପି ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମେ’ ୧୪ରେ ଶେଷ ହେବ।

The post ସୁଶୀଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର appeared first on Odisha Reporter.



from Odisha Reporter https://ift.tt/3fZ7Dp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages