ଚକମା ଦେଇ ପଳାଇଥିଲା; ଶେଷରେ ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ଚକମା ଦେଇ ପଳାଇଥିଲା; ଶେଷରେ ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଦିନର ଲୁଚକାଳି ଖେଳ  ପରେ ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଆଜି ଓଡ଼ିଶା ଫେରିଲା। ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା କମିଶନରେଟ ପୁଲିସ୍‌।  ଭୁବନେଶ୍ୱର ବିମାନବନ୍ଦରରେ ହାଇଦରର କରୋନା ଟେଷ୍ଟ କରାଗଲା।

ଗତକାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୁଲିସ୍‌ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା।   ଗତ ୧୦ରେ SCBରୁ ଫେରାର ହୋଇଯାଇଥିଲା ହାଇଦର।  ଏନେଇ ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ହାଇଦର ବାଇକରେ ଯିବା ବେଳେ ଆମ ଟିମ୍‌ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଥିଲେ।

ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇ ଥିଲା । ଏହାରି ଭିତରେ ଆଜି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରି ଥିଲା । କିନ୍ତୁ ହାଇଦର କେଉଁଠି ଥିଲା  ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା।

The post ଚକମା ଦେଇ ପଳାଇଥିଲା; ଶେଷରେ ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର appeared first on Odisha Reporter.



from Odisha Reporter https://ift.tt/3tABIzr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages