ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଏବେ ନିଜେ ଦୁର୍ନୀତି ଅଭିଯୋଗରେ ଫସିଯାଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ ଅଭିଯୋଗ କ୍ରମେ ମହାରାଷ୍ଟ୍ର ପୁଲିସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏକଦା ମହାରାଷ୍ଟ୍ର ପୁଲିସର ସବୁଠୁ ଶକ୍ତିଶାଳୀ ପୁଲିସ ଏବେ ଏଫଆଇଆର ରୁଜୁ ପରେ ଅଡୁଆରେ ପଡ଼ିଛନ୍ତି। ଅକୋଲା ଜିଲ୍ଲା ପୁଲିସରେ ଏହି ଏଫଆଇଆର ରୁଜୁ ହୋଇଛି। ଥାନେ ପୁଲିସ ଏହି ମାମଲାର ତଦନ୍ତ କରିବ ବୋଲି ଜଣାପଡ଼ିଛି।
ଅକୋଲାରେ ଦାଖଲ ହୋଇଥିବା ଏହି ଏଫ୍ଆଇଆରରେ ପରମ ବୀର୍ ସିଂହ ଏବଂ ଡିସିପି ପାରାଗ୍ ମନେରେଙ୍କ ସମେତ ୨୬ ପୁଲିସ ଅଧିକାରୀଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଏବଂ ଏସସି-ଏସଟିର ନିର୍ଯାତନା ଅଭିଯୋଗ ରହିଛି। ପୁଲିସ ଇନ୍ସପେକ୍ଟର ଭିମାରାଓ ଘାଡଗେଙ୍କ ଏହି ଏଫଆଇଆର ଦାଖଲ କରିଛନ୍ତି।
ଘାଡଗେ କହିଛନ୍ତି ଯେ ପରମବୀର୍ ସିଂହ ଥାନେ ପୁଲିସରେ ନିୟୋଜିତ ଥିବା ବେଳେ ତାଙ୍କୁ ପୋଷ୍ଟିଂ ପାଇଁ ଲାଞ୍ଚ ମାଗିଥିଲେ। ସେହିପରି ଅନେକ ଲୋକଙ୍କ ବିରୋଧରେ ମଛି କେସ ମଧ୍ୟ ରୁଜୁ କରୁଥିଲେ। ଘାଡଗେଙ୍କ କହିବା ଅନୁଯାୟୀ, ତାଙ୍କୁ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଥାନେ ପୁଲିସ କମିଶନରେଟରେ ପୋଷ୍ଟ କରାଯାଇଥିଲା। ପରମବୀର ସିଂହ ସେହି ସମୟରେ ଥାନେର ପୁଲିସ କମିଶନର ଥିଲେ। ତାଙ୍କ ଅଧୀନରେ ଥିବା ବହୁ ପୁଲିସ ଅଧିକାରୀ ଖୋଲାଖୋଲି ଭାବେ ଦୁର୍ନୀତି କରୁଥିଲେ। ଅନେକ ଥର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନକରିବାକୁ ପରମବୀର ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି। ଆଉ ଏହି ଅଭିଯୋଗ ପରେ ଖାକି ପୋଷାକ ପିନ୍ଧି ପରମବୀର ସିଂହ କିଭଳି ଆଇନକୁ ମୋଡି ମୋକଚି ଦେଉଥିଲେ ତାହା ସ୍ପଷ୍ଟ ହେବାରେ ଲାଗିଛି।
ଏହା ପୂର୍ବରୁ ମୁମ୍ୱାଇ ପୁଲିସର ଇନସପେକ୍ଟର ଅନୁପ ଏସ ଡାଙ୍ଗେ ପରମବୀରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ ଏକ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇଥିବା ବେଳେ ପରମବୀର କିଭଳି ତାଙ୍କୁ ହଇରାଣ କରିଥିଲେ ଏବଂ ପରେ ସେ ନିଲମ୍ୱିତ ହୋଇଥିଲେ ବୋଲି କହିଥିଲେ। ଏଥିସହ ସେହି ହତ୍ୟା ମାମଲାର ଅଭିଯୁକ୍ତଙ୍କ ସହିତ ପରମବୀରଙ୍କ ଭଲ ସମ୍ପର୍କ ରହିଥିବା ସେ ଦାବି କରିଥିଲେ। ଆଉ ସେହି ଅଭିଯୁକ୍ତ ଅଣ୍ଡରଓ୍ୱାର୍ଲଡ ଡନ ସହ କାମ କରେ ବୋଲି ଡାଙ୍ଗେ ଅଭିଯୋଗ କରିଥିଲେ। ମହାରାଷ୍ଟ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଥିଲେ ଇନସପେକ୍ଟର ଡାଙ୍ଗେ। ଏମିତିକି ଅଣ୍ଡରଓ୍ୱାର୍ଲଡ ଡନ ଓ ଅପରାଧୀଙ୍କ ସମ୍ପର୍କରେ ପରମବୀର ସିଂହ ରୁହନ୍ତି। ସେମାନଙ୍କୁ ପରମବୀର ସୁରକ୍ଷା ଦେଉଥିଲେ ବୋଲି ଡାଙ୍ଗେ କହିଥିଲେ।
The post ଖାକି ପିନ୍ଧି ପରମବୀର କରୁଥିଲେ ଦୁର୍ନୀତି, ଅଭିଯୋଗ ଆଣିଲେ ସହକର୍ମୀ appeared first on Odisha Reporter.
from Odisha Reporter https://ift.tt/3aJ7UsT
No comments:
Post a Comment