ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ ଫ୍ଲାଟେନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି ସଂକ୍ରମଣର ସ୍ଥିତି । ସମାନ୍ତରାଳ ସ୍ଥିତି ଅର୍ଥାତ ଯାହାକି ଢେଉ ଭଳି ରହୁଛି , କେତେବେଳେ ଉପରେ ତ ଆଉ କେତେବେଳେ ତଳେ ରହୁଛି ସଂକ୍ରମଣ । ହେଲେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ।” ଏନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ଗତକାଲି ରାଜ୍ୟରେ ପଜିଟିଭ ସଂଖ୍ୟା ୮ ହଜାର ହୋଇଥିବା ବେଳେ ଆଜି ତାହା ୭ ହଜାର ପାଖାପାଖି ପହଞ୍ଚିଛି। ଆସନ୍ତାକାଲିକୁ ପଜିଟିଭ ସଂଖ୍ୟା ବଢ଼ିପାରେ। ହେଲେ ଏଥିରେ ଭୟଭୀତ ହେବାରେ କିଛି ନାହିଁ ବୋଲି କହିଛନ୍ତି ଡିଏମ୍ଇଟି ।
ଏଥିସହ ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ ଅଛି । କରୋନା ହୋଇଥିବା ଆକ୍ରାନ୍ତ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ହେଲେ ସବୁବେଳେ ପଜିଟିଭ ଚିନ୍ତାଧାରା ନେଇ ବଞ୍ଚିବା ଦରକାର। ହୁଏତ ଖରାପ ପରିସ୍ଥିତିର ବି ସାମନା କରିବାକୁ ପଡ଼ିପାରେ। କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ସୂଚନାଯୋଗ୍ୟ,ଗତକାଲି ତୁଳନାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେ ବି ଲୋକଙ୍କୁ ଡରାଉଛି। ଆଜି ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଜଣେ ପଜିଟିଭ ବ୍ୟକ୍ତି ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢ଼ୁଛି। ସେଥିପାଇଁ ଟୁଇନସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି । କୋଭିଡ୍ ହଟସ୍ପଟ ରାଜ୍ୟଗୁଡ଼ିକରୁ ଲୋକମାନେ ନିୟମିତ ଆସୁଥିବାରୁ ସେମାନେ ଏଠାରେ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦେଖାଦେଇଛି ।
ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଥିଲେ, ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ। କୋଭିଡ୍ ନିୟମ ମାନିବାରେ ସଞ୍ଜମତା ଓ ସତର୍କତାରେ ଲୋକେ ଢିଲା କରନ୍ତୁନାହିଁ। ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତାହାହେଲେ ଟେଷ୍ଟ କରାଇ ନିଅନ୍ତୁ। ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବେ। ନହେଲେ ୪/୫ ଦିନରେ ଟେଷ୍ଟ କରିବେ। ଟେଷ୍ଟ ରିପୋର୍ଟ ନଆସିବା ଯାଏ ନିଜକୁ ଆଇସୋଲେସନରେ ରଖନ୍ତୁ।
ସେଲଫ ଆଇସୋଲେସନରେ ରହିବା ସହ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ମଧ୍ୟ କାହାର ସଂସ୍ପର୍ଶରେ ଆସିଲେ ଟେଷ୍ଟ କରାଇ ନିଅନ୍ତୁ। ଗୋଟିଏ ପରିବାରର ସମସ୍ତ ଲୋକ ପଜିଟିଭ ଥିଲେ, ଏକାଠି ରହିପାରିବେ। ସମସ୍ତ ପଜିଟିଭ ଏକାଠି ରହିପାରିବେ। କିନ୍ତୁ ମାସ୍କ ପିନ୍ଧିବେ ଓ ଦୂରତ୍ୱ ରଖିବେ ବୋଲି ସେ କହିଛନ୍ତି।
ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନା। ପ୍ରତିଦିନ ୫୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଗତକାଲି ରାଜ୍ୟର ସବୁ ରେକର୍ଡ଼ ଭାଙ୍ଗି କରୋନା ୮୩୮୬ ଜଣ କରୋନାରେ ପହଞ୍ଚିଥିବା ବେଳେ ଆଜି ଏହି ସଂଖ୍ୟା ୭ ହଜାର ପାଖକୁ ଖସି ଆସିଛି।
The post ‘ରାଜ୍ୟରେ ଫ୍ଲାଟେନିଙ୍ଗ କର୍ଭ ନେଉଛି ସଂକ୍ରମଣ; ଢେଉ ପରି ଉଠୁଛି, ପଡ଼ୁଛି’ appeared first on Odisha Reporter.
from Odisha Reporter https://ift.tt/3nzIp2u
No comments:
Post a Comment