ନୂଆଦିଲ୍ଲୀ: ସୋଶାଲ ମିଡିଆ ଫେସବୁକ ଏବେ ତାର ୟୁଜରଙ୍କୁ ଏକ ନୂଆ ଫିଚର ଯୋଗାଇବ। ଯାହାକି କ୍ଲବ ହାଉସ ଆପର ସେବା ଭଳି ରହିଛି। ଏହି ନୂଆ ଫିଚରର ନାମ ଲାଇଭ୍ ଅଡିଓ ରୁମ୍ ରହିଛି। ଯେଉଁଥିରେ କ୍ଲବହାଉସ ଆପର ଫିଚର ସହିତ ଆଉ କିଛି ନୂଆ ଫିଚର ରହିଛି।
ଉଦାହରଣ ସ୍ୱରୂପ, ଏଠାରେ ଅଡିଓ କନଫେନସିଂ ବେଳେ କଲ୍ ରେକର୍ଡ କରିହେବ। ଆଉ ଏହି କଲ ରେକର୍ଡକୁ ସଙ୍ଗେସଙ୍ଗେ ସୋଶାଲ ମିଡିଆରେ ଶେୟାର କରିହେବ। ଏହାବାଦ ଏହି ଫେସବୁକର ଲାଇଭ ଅଡିଓ ରୁମକୁ ଜଣେ ସବସ୍କ୍ରାଇବ କରିପାରିବ। ହେଲେ ସବସ୍କ୍ରାଇବ କଲେ କମ୍ପାନୀର ନିୟମ ଅନୁଯାୟୀ କିଛି ଦେୟ ଦେବାକୁ ପଡ଼ିବ।ଏହି ଫିଚର ଜରିଆରେ ଟଙ୍କା ରୋଜଗାର କରିବାର ସୁବିଧା ମଧ୍ୟ ରହିଥିବା ସୂଚନା ରହିଛି।
ସେହିପରି ଆଉ ଏକ ଫିଚର ସାଉଣ୍ଡ ବାଇଟ୍ ଆଣିଛି ଫେସବୁକ୍। ଏହା ଅଡିଓ ଟିକ୍-ଟକ୍ ବୋଲି କୁହାଯାଉଛି। ଏହାର ୟୁଜର ନିଜେ ଅଡିଓ ତିଆରି କରିପାରିବେ। ଆଉ ଏହି ଅଡିଓରୁ ଭିଡିଓ ଭଳି ପଇସା ରୋଜଗାର କରିହେବ। ଏହି ଅଡିଓ ରେକର୍ଡିଂ ବେଳେ କିଛି ଅଡିଓ ସାଉଣ୍ଡ ପୂର୍ବରୁ ଇନବିଲ୍ଟ ରହିଥିବ। ଯାହାକୁ ରେକର୍ଡିଂ ବେଳେ ବ୍ୟବହାର କରିହେବ। ଫେସବୁକର ଏହି ଫିଚର ନ୍ୟୁଜ୍ ଫିଡରେ ଉପଲବ୍ଧ ହେବ।
ନିକଟରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏକ ସାକ୍ଷାତକାରରେ ଦେଇଥିଲେ। ଯେଉଁଥିରେ ଏ ବାବଦରେ ସୂଚନା ଦେଇଥିଲେ। ସେ କହିଛନ୍ତି, ଏବେ ଲୋକମାନେ ଅଡିଓକୁ ଅଧିକ ପସନ୍ଦ କରୁଛନ୍ତି। ଏହାର କାରଣ ହେଉଛି ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଡିଓ ସହିତ ଅନ୍ୟାନ୍ୟ କାମ କରିବାକୁ ପସନ୍ଦ କରୁଛନ୍ତି।
ସୂଚନାଯୋଗ୍ୟ, ଏହି ଫିଚର ସମସ୍ତ ଉପଭୋକ୍ତାଙ୍କ ପାଇଁ ଏବେ ଉପଲବ୍ଧ ହେବ ନାହିଁ। ହେଲେ ଆଗାମୀ କିଛି ମାସ ପରେ ଏହି ଫିଚରକୁ ଫେସବୁକ ବଜାରକୁ ଛାଡ଼ିବ ବୋଲି ଜଣାପଡ଼ିଛି।
କ୍ସବ ହାଉସ
କ୍ଲବ ହାଉସ ଆପ ହେଉଛି ଏକ ଅଡିଓ କନଫେନସିଂ ଆପ୍। ଯେଉଁଥିରେ ଅଡିଓ କଲ ମଧ୍ୟରେ ଏକାଥରେ ଅନେକ ଲୋକଙ୍କ ସହ କଥା ହୋଇ ହେବ। ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କର ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରଶାନ୍ତ କିଛି ସାମ୍ୱାଦିକଙ୍କ ସହ ଏହି ଆପ ଜରିଆରେ କଥା ହେଉଥିଲେ। ଏହାପରେ କ୍ସବ ହାଉସ ଆପ୍ ବାବଦରେ ସମସ୍ତେ ଜାଣିବାକୁ ପାଇଥିଲେ।
The post କ୍ଲବ ହାଉସ ଆପ୍ ଭଳି ଫିଚର ଫେସବୁକରେ ଯୋଡ଼ି ହେବ appeared first on Odisha Reporter.
from Odisha Reporter https://ift.tt/3xcDb0V
No comments:
Post a Comment