ଟେନସନ୍‌ ବଢ଼ାଉଛନ୍ତି କୁମ୍ଭମେଳା ଫେରନ୍ତା, ଆଜି ବି ୧୩ ପଜିଟିଭ ଚିହ୍ନଟ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ଟେନସନ୍‌ ବଢ଼ାଉଛନ୍ତି କୁମ୍ଭମେଳା ଫେରନ୍ତା, ଆଜି ବି ୧୩ ପଜିଟିଭ ଚିହ୍ନଟ 

କଟକ (ଓଡ଼ିଶା ରିପୋର୍ଟର): ଟେନସନ୍‌ ବଢ଼ାଉଛନ୍ତି କୁମ୍ଭମେଳା ଫେରନ୍ତା  । ୧୩ କୁମ୍ଭମେଳା ଫେରନ୍ତା ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବି ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ରେଳ ଷ୍ଟେସନରେ RT-PCR ଟେଷ୍ଟରେ ୧୩ ପଜିଟିଭ ଚିହ୍ନଟ ହୋଇଥିବା CMC ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟଳ ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ଜଣ ଫେରନ୍ତାଙ୍କ RTPCR ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ୍ ଆକ୍ରାନ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।

କୁମ୍ଭମେଳା ଫେରନ୍ତା  ସମସ୍ତଙ୍କର ପରୀକ୍ଷା କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଏଥିପାଇଁ ଷ୍ଟେସନରେ ସିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କଟକ ରେଲୱେ ଷ୍ଟେସନରେ ଯେଉଁମାନେ ପହଞ୍ଚୁଛନ୍ତି, ସମସ୍ତଙ୍କର RTPCR ରିପୋର୍ଟ ଦେଖାଯାଉଛି। ୭୨ ଘଣ୍ଟା ପୂର୍ବରୁ ଯେଉଁମାନଙ୍କର RTPCR ରିପୋର୍ଟ ନେଗେଟିଭ୍ ରହିଛି, ସେମାନଙ୍କୁ ହିଁ ଷ୍ଟେସନ୍ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳୁଛି। ଯେଉଁମାନଙ୍କର RTPCR ରିପୋର୍ଟ ନାହିଁ, ସେମାନଙ୍କର ଷ୍ଟେସନରେ ହିଁ ଉଭୟ RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।

ଏହା ପୂର୍ବରୁ ଏସଆରସି କୁମ୍ଭ ମେଳା ଫେରନ୍ତା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ। କୁମ୍ଭ ମେଳାରୁ ଫେରିଥିବା ବ୍ୟକ୍ତିଙ୍କୁ ୧୪ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି କୁମ୍ଭ ମେଳାକୁ ବନ୍ଦ କରାଯାଇଛି ଆଖଡା ପରିଷଦର ସଭାପତି ଏବଂ ନିରଞ୍ଜନ ଆଖଡାର ମୁଖ୍ୟ ନରେନ୍ଦ୍ର ଗିରିଙ୍କ ସମେତ ସମସ୍ତ ଆଖଡାର ଅନେକ ସାଧୁ କରୋନାରେ ସଂକ୍ରମିତ ହେବା ପରେ କୁମ୍ଭ ମେଳା ସ୍ଥଗିତ ରଖାଯାଇଛି। ଏପ୍ରିଲ ୫ରୁ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୧୪ ଏପ୍ରିଲ ମଧ୍ୟରେ ୬୮ ସାଧୁ ସନ୍ଥ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

 

 

The post ଟେନସନ୍‌ ବଢ଼ାଉଛନ୍ତି କୁମ୍ଭମେଳା ଫେରନ୍ତା, ଆଜି ବି ୧୩ ପଜିଟିଭ ଚିହ୍ନଟ  appeared first on Odisha Reporter.



from Odisha Reporter https://ift.tt/2Qi7vXa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages