ବାପା, ମା’ଙ୍କ ମୃତଦେହ ପାଖରେ ବସି କାନ୍ଦୁଛି ୪ ବର୍ଷର ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ବାପା, ମା’ଙ୍କ ମୃତଦେହ ପାଖରେ ବସି କାନ୍ଦୁଛି ୪ ବର୍ଷର ଛୁଆ

ନ୍ୟୁଜର୍ସି: ଘର ଭିତରେ ପଡ଼ିଥିଲା ବାପାମା’ଙ୍କ ମୃତ ଦେହ। ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ। ବହୁ ସମୟ ଧରି କୁନି ଝିଅଟିର କାନ୍ଦ ଶୁଣିବା ପରେ ସନ୍ଦେହରେ ଦୌଡ଼ି ଆସିଥିଲେ ପାଖ ପଡ଼ୋଶୀ। ଆଉ ଦେଖିବାକୁ ପାଇଥିଲେ କୁନି ଝିଅର ବାପା ଓ ମା’ଙ୍କ ମୃତଦେହ। ଏହାପରେ ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।

ମୃତ ଦମ୍ପତି ଭାରତୀୟ। ସେମାନେ ଆମେରିକାର ନ୍ୟୁଜର୍ସିରେ ରହୁଥିଲେ। ମୃତ ଦମ୍ପତି ହେଲେ ବାଲାଜୀ ଭରତ ରୁଦ୍ରଓ୍ୱାର (୩୨) ଏବଂ ତାଙ୍କ ସ୍ତ୍ରୀ ଆରତୀ ବାଲାଜୀ ରୁଦ୍ରଓ୍ୱାର (୩୦)।

ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ହେଲେ ଏହି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ। ନ୍ୟୁଜର୍ସି ପୁଲିସ ଏହି ସୂଚନା ଦେଇଥିବା ବାଲାଜୀଙ୍କ ବାପା ଭରତ ରୁଦ୍ରଓ୍ୱାର କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ବାଲାଜୀ ଭାରତ ରୁଦ୍ରଓ୍ୱାର ଜଣେ ସଫ୍ଟୱେର ଇଞ୍ଜିନିୟର ଥିଲେ। ସେ ଡିସେମ୍ୱର ୨୦୧୪ରେ ଆରତୀଙ୍କୁ ବିବାହ କରିଥିଲେ। ବିବାହ ପରେ ଆମେରିକାରେ ବାଲାଜୀ ଚାକିରୀ ପାଇଥିଲେ। ଆଉ ଅଗଷ୍ଟ ୨୦୧୫ରେ ଆରତୀଙ୍କୁ ନେଇ ବାଲାଜୀ ଆମେରିକା ଚାଲି ଯାଇଥିଲେ। ବାଲାଜୀଙ୍କ ନିଜ ଘର ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ। ତାଙ୍କ ବାପା ଜଣେ ବ୍ୟବସାୟୀ।

ଭରତ କହିଛନ୍ତି ଯେ ତାଙ୍କ ବୋହୂ ୭ ମାସର ଗର୍ଭବତୀ ଥିଲେ। ପୁଣିଥରେ ସେମାନେ ପୁଅବୋହୂଙ୍କ ପାଖକୁ ଯିବେ ବୋଲି ଯୋଜନା ହୋଇଥିଲା। ହେଲେ ଏଭଳି ଅଘଟଣା କାହିଁକି ହେଲା ସେ ଆକଳନ କରିପାରୁ ନାହାନ୍ତି।

ସେ ଆହୁରି କହିଛନ୍ତି, ପୁଅ-ବୋହୂ ମଧ୍ୟରେ କୌଣସି କଳହ ନଥିଲା। ପାଖ ପଡ଼ୋଶୀମାନେ ମଧ୍ୟ ଖୁବ୍ ଭଲ ଲୋକ। ସେମାନଙ୍କ ସହ ପୁଅ-ବୋହୂଙ୍କର ଭଲ ସଂପର୍କ ଥିଲା। ହଠାତ ପୁଅ-ବୋହୂଙ୍କ ମୃତ୍ୟୁ ଖବର ପାଇ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛୁ। କେହି ସେମାନଙ୍କୁ ହତ୍ୟା କରିଛି ବୋଲି ଆମର ସନ୍ଦେହ ହେଉଛି।

ଭରତ କହିଛନ୍ତି ଯେ ଏବେ ତାଙ୍କ ୪ ବର୍ଷର ନାତୁଣୀ ପୁଅର ଜଣେ ସାଙ୍ଗ ପାଖରେ ଅଛି। ତାଙ୍କ ପୁଅ ନ୍ୟୁଜର୍ସିରେ ଯେଉଁଠି ରହୁଥିଲେ, ସେଠାରେ ଅନେକ ଭାରତୀୟ ରହୁଛନ୍ତି। ସେଠାରେ ମୋଟ୍ ଲୋକସଂଖ୍ୟାର ୬୦ ପ୍ରତିଶତ ଭାରତୀୟ। ଆଉ ସମସ୍ତଙ୍କ ସହିତ ପୁଅ ବାଲାଜୀର ଭଲ ସମ୍ପର୍କ ଥିଲା। ପୁଅ-ବୋହୂଙ୍କ ମୃତ ଶରୀରର ଭାରତରେ ପହଞ୍ଚିବାକୁ ୮-୧୦ ଦିନ ସମୟ ଲାଗିବ ବୋଲି ଆମେରିକା ପ୍ରଶାସନ ଜଣାଇଥିବା କହିଛନ୍ତି ଭରତ ରୁଦ୍ରଓ୍ୱାର।

The post ବାପା, ମା’ଙ୍କ ମୃତଦେହ ପାଖରେ ବସି କାନ୍ଦୁଛି ୪ ବର୍ଷର ଛୁଆ appeared first on Odisha Reporter.



from Odisha Reporter https://ift.tt/3dRbeTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages