ରାଜ୍ୟରେ ଦିନକରେ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୨୨୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ରାଜ୍ୟରେ ଦିନକରେ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୨୨୪

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ପରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଡେଇଁଛି। ସୂଚନା ଓ ଲୋକ ସଂପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

୧୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୨୭ଟି ହେଉଛି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଜଣ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୮୪ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୫, କଟକରୁ ୬୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୬, କୋରାପୁଟରୁ ୮, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୦, ପୁରୀରୁ ୨୮, ରାୟଗଡ଼ାରୁ ୧୫ ଓ ସୋନପୁରରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି।

୧୨୮୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୩୮,୩୯୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୫,୯୪୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ଗଞ୍ଜାମ ଜିଲ୍ଲାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୯୨୪ରେ ପହଞ୍ଚି ଯାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ଏଯାବତ କରୋନାରେ ୨୪୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

The post ରାଜ୍ୟରେ ଦିନକରେ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୨୨୪ appeared first on Odisha Reporter.



from Odisha Reporter https://ift.tt/3s1hnl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages