କକା ବାହାଘରକୁ ଯାଉଛି କହି ବାହା ହେଲା ସ୍ୱାମୀ, ସ୍ତ୍ରୀକୁ କହିଲା- ବିଷ ଖାଇ ମରିଯା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

କକା ବାହାଘରକୁ ଯାଉଛି କହି ବାହା ହେଲା ସ୍ୱାମୀ, ସ୍ତ୍ରୀକୁ କହିଲା- ବିଷ ଖାଇ ମରିଯା

ତେଲକୋଇ(ଚିନ୍ମୟ ପତି): କକାଙ୍କ ବାହାଘର ଅଛି, ୪-୫ ଦିନରେ ଫେରି ଆସିବି। ଏତିକି କହି ସ୍ତ୍ରୀ ପାଖରୁ ଆସି ସ୍ୱାମୀ କଲା ଦ୍ୱିତୀୟ ବିବାହ। କୋଳରେ ୮ ମାସର ଛୁଆକୁ ଧରି ସ୍ୱାମୀର ଫେରିବା ବାଟକୁ ଅନାଇ ରହିଥିବା ପତ୍ନୀ ଶେଷରେ ୩ ମାସ ପରେ ଥାନାର ଦ୍ୱାରସ୍ତ ହେଲା।

ନ୍ୟାୟ ପାଇଁ ନିଜ ଛୁଆକୁ ଧରି ଶାଶୁ ଘରକୁ ଯାଇଥିବା ବେଳେ ସ୍ୱାମୀ ସମେତ ଶାଶୁ ଘର ଲୋକେ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ନିଜ ଛୁଆ ପ୍ରତି ବି ସମବେଦନା ଜଣାଇଲା ନାହିଁ ଜନ୍ମ କଲା ବାପା ।  ନିଜ ଛୁଆ ସମେତ ସ୍ତ୍ରୀକୁ ବିଷ ଖାଇ ମରିଯା,ରାସ୍ତା କଡ଼ରେ ବସି ଭିକ ମାଗ ବୋଲି କହିବାକୁ ବି ପଛାଇଲା ନାହିଁ ଯୁବକ।  ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଘଟିଛି। ଅନ୍ୟପଟେ ନ୍ୟାୟ ପାଇଁ ଥାନାକୁ ଆସି ନିରାଶ ହେବା ପରେ national human rights କର୍ମୀଙ୍କ ହସ୍ତକ୍ଷେପ ପରେ ପୁଲିସ୍‌ ମହିଳାଙ୍କ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ,  ତେଲକୋଇ ଥାନା ଅଧୀନ ହଲପୋଡ଼ି ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ପୁଅ ମୁକେଶ କୁମାର ସାହୁ  ଜାମସେଦପୁର ଟାଟାରେ ଏକ କମ୍ପାନୀରେ ଚାକିରୀ କରୁଥିଲେ । ସେଠି କାମ କରୁଥିବା ବେଳେ ୪ ବର୍ଷ ପୂର୍ବେ ଗୋରୁମହିଷାଣି ଥାନା ଡ଼ଙ୍ଗାପାଣି ଗ୍ରାମର ଲଖମଣ ନାଏକଙ୍କ ଝିଅ ପୂର୍ଣିମା ନାଏକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁଇଜଣ ପ୍ରେମ ବିବାହ କରି ଟାଟାରେ ରହୁଥିଲେ।

ପରେ ମୁକେଶ କେନ୍ଦୁଝର ଅଂରାଠାରେ ଥିବା ଶ୍ରୀମେଟାଲିକ ପ୍ଲାଣ୍ଟରେ ଆସି ଚାକିରି କଲେ। ପୁର୍ଣିମାଙ୍କୁ ନେଇ ସଦର ଥାନା ଅଧୀନ ମହାଦେଇ ଯୋଡ଼ା ଗାଁରେ ଘରଭଡା ନେଇ ରହୁଥିଲେ। ଏହା ମଧ୍ୟରେ ସେମାନଙ୍କ ଏକ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା।

ଦ୍ୱିତୀୟ ପତ୍ନୀଙ୍କ ସହ ମୁକେଶ।

ହେଲେ ଗତ ଫେବୃୟାରୀ ୨ ତାରିଖରେ ମୁକେଶ ନିଜ ଘର ହଲାପଡ଼ି ଆସି ଆଉ ଜଣେ ଝିଅକୁ ବିବାହ କରିଥିଲେ। ଘରକୁ ଆସିବା ପୂର୍ବରୁ କକାଙ୍କ ବାହାଘର ଅଛି ୪-୫ ଦିନ ପରେ ଫେରିବି କହି ଆସି  ଦ୍ୱିତୀୟ ବିବାହ କରିଥିଲେ। ପୁର୍ଣିମା ଏ କଥା ଜାଣି ସ୍ୱାମୀ ମୁକେଶଙ୍କ ଗାଁ ହଲାପଡ଼ିକୁ ଆସିଥିଲେ। କିନ୍ତୁ  ମୁକେଶ ଓ ତାଙ୍କ ବାପା ପୁର୍ଣିମାଙ୍କୁ ଧମକ ଚମକ ଦେଇ ମହାଦେଈଯୋଡ଼ାରେ ଆଣି ଛାଡିଦେଇ ପଳାଇଥିଲେ।

କିଛି ଉପାୟ ନ ପାଇ ପୁର୍ଣିମା ପ୍ରଥମେ ସଦର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କ ଅଭିଯୋଗ ସେଠି ରଖାଯାଇ ନଥିଲା । ପୁର୍ଣିମାଙ୍କୁ ତେଲକୋଇ ଥାନାରେ ଅଭିଯୋଗ କରିବା ପାଇଁ ସଦର ପୁଲିସ୍‌ କହିଥିଲା। ପୁର୍ଣିମା ତେଲକୋଇ ଥାନାକୁ ଆସି ଅଭିଯୋଗ କରିଥିଲେ ମଧ୍ୟ ପ୍ରଥମେ ତାଙ୍କ ଅଭିଯୋଗକୁ ଥାନାରେ ରଖାଯାଇନଥିଲା।

ଘଟଣା ସମ୍ପର୍କରେ ଜାଣି ଜାତୀୟ ମାନବାଧିକାର କମିଶନର ସଦସ୍ୟ ସସ୍ମିତା ଦାସ ଏଥିରେ ହସ୍ତକ୍ଷେପ କରିଥିଲେ ଓ ଅସହାୟ ପୁର୍ଣିମାଙ୍କୁ ନେଇ ଥାନାରେ ପହଂଚି ଥିଲେ। ଶେଷରେ ତେଲକୋଇ ପୁଲିସ୍‌ ପୁର୍ଣିମାଙ୍କ ଅଭିଯୋଗକୁ ରଖି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post କକା ବାହାଘରକୁ ଯାଉଛି କହି ବାହା ହେଲା ସ୍ୱାମୀ, ସ୍ତ୍ରୀକୁ କହିଲା- ବିଷ ଖାଇ ମରିଯା appeared first on Odisha Reporter.



from Odisha Reporter https://ift.tt/3d0lf1u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages