ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି।
୧,୮୪,୩୭୨ଟି ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨୩ ଲକ୍ଷ ୩୬ ହଜାର ୦୩୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧୩ ଲକ୍ଷ ୬୫ ହଜାର ୭୦୪ ଜଣ ଚିକିତ୍ସାଧୀନ ଅଛନ୍ତି।
ମହାରାଷ୍ଟ୍ରରେ ଏଯାବତ ୫୩.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ କେରଳରେ ୧୧.୮ ଲକ୍ଷ, କର୍ଣ୍ଣାଟକାରେ ୯.୯ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୮.୮ ଲକ୍ଷ ଓ ତାମିଲନାଡୁରେ ୯.୫ ଲକ୍ଷ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଯାଇଛି।
ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୦୨୭ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୨ ହଜାର ୦୮୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏଯାବତ୍ ୫୮,୫୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କର୍ଣ୍ଣାଟକାରେ ୧୩,୦୦୮, ତାମିଲନାଡୁରେ ୧୨,୯୪୫ ଓ ଦିଲ୍ଲୀରେ ୧୧,୪୩୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।
ଅନ୍ୟପକ୍ଷରେ ସାରା ଦେଶରେ ଏଯାବତ ୧୧ କୋଟି ୧୧ଲକ୍ଷ ୭୯ ହଜାର ୫୭୮ ଜଣଙ୍କୁ ଟିକା ଦିଆଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
The post ୨୪ ଘଣ୍ଟାରେ ଦେଶରେ ୧.୮୪ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୨୭ ମୃତ appeared first on Odisha Reporter.
from Odisha Reporter https://ift.tt/3thPYNf
No comments:
Post a Comment