ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଦେଖିବାକୁ ମିଳୁଛି କରୋନାର ଦ୍ୱିତୀୟ ଲହରର କୋପ। ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ପାର୍ କରି ଦେଇଥିବା ବେଳେ ଛତିଶଗଡ଼ ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ ହୋଇଛନ୍ତି।
ଗତ କିଛି ଦିନ ଧରି ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଗରେ ରହୁଥିବା ବେଳେ ଏହାକୁ ଚେକ୍ ଦେବା ପାଇଁ ସୁନ୍ଦରଗଡ଼ରେ ପୁଣି ଆରମ୍ଭ ହୋଇଛି TMC ବ୍ୟବସ୍ଥା । ବାଲିଶଙ୍କରା ବ୍ଲକ ରାଉଲଡେଗାରେ ଖୋଲିଛି ଏହି TMC । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଏହି କେନ୍ଦ୍ରରେ ରଖାଯିବ ।
ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି, ଯେଉଁମାନେ ୭୨ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି କୋଭିଡ୍ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ନ ପାରିବେ ସେମାନଙ୍କୁ ଏଠାରେ ରଖାଯିବ । ସେମାନଙ୍କୁ ଏହି ଟିଏମ୍ସିରେ ୭ ଦିନ ପାଇଁ କ୍ୱାରେଣ୍ଟାଇନ୍ରେ ରଖାଯିବ । ଏଥିନିମନ୍ତେ ରହିବା, ପାଣି, ବିଦ୍ୟୁତ୍, ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ ଦାୟିତ୍ୱ ସ୍ଥାନୀୟ ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯାଇଛି।
କରୋନା ପୁଣି ଫେରିବା ପରେ ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ ହଜାର ଅତିକ୍ରମ କରିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦୂଆ ରେକର୍ଡ କରୁଥିବା ବେଳେ ସୀମା ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଏଥିସହ ଯାଞ୍ଚ କଡ଼ାକଡ଼ି କରାଯାଉଛି ।
The post ପୁଣି ଥରେ ଖୋଲିଲା TMC, ଜାଣନ୍ତୁ କେଉଁମାନେ ରହିବେ appeared first on Odisha Reporter.
from Odisha Reporter https://ift.tt/3uLL37u
No comments:
Post a Comment