କମୁନି ମୃତ୍ୟୁର ତାଣ୍ଡବ, ରାଜ୍ୟରେ କରୋନାରେ ଗଲା ୧୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

କମୁନି ମୃତ୍ୟୁର ତାଣ୍ଡବ, ରାଜ୍ୟରେ କରୋନାରେ ଗଲା ୧୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା କୋପ ଥମିବା ନାଁ ଧରୁନି । ଗତକାଲି ଅପେକ୍ଷା ଆଜି ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଗତକାଲି ଅପେକ୍ଷା ଆଜି ବଢ଼ି ଯାଇଛି। ଗତ ୨ ଦିନ ହେବ ୧୦ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ସେହି ସଂଖ୍ୟା ୧୨ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି।

ଆଜି ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗରେ ରହିଛି  ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୪ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ପୁରୀରୁ ୨, ରାୟଗଡ଼ାରୁ ୨ ଅନୁଗୁଳରୁ ଜଣେ, କଟକରୁ ଜଣେ, କେନ୍ଦୁଝରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪ ଲକ୍ଷ ୩୫ ହଜାର ୫୧୩ ଆକ୍ରାନ୍ତ  ଚିହ୍ନଟ ହୋଇ ସାରିଛନ୍ତି । ସେଥି ମଧ୍ୟରୁ ୫୫ ହଜାର ୨୪୫ ଆକ୍ଟିଭ କେସ୍‌ ଥିବା ବେଳେ ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।  ଏହାବ୍ୟତୀତ କରୋନା ଯୋଗୁ ରାଜ୍ୟରେ ୨୦୧୯ ଜଣ ଆଖି ବୁଜି ସାରିଲେଣି।

The post କମୁନି ମୃତ୍ୟୁର ତାଣ୍ଡବ, ରାଜ୍ୟରେ କରୋନାରେ ଗଲା ୧୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3vsav29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages