କରୋନା ମୁକାବିଲା: ୫ ଗୁଣା ହେବ ବେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

କରୋନା ମୁକାବିଲା: ୫ ଗୁଣା ହେବ ବେଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଚିକିତ୍ସା ପାଇଁ ଗତ ବର୍ଷ ଅପେକ୍ଷା ୪ ରୁ ୫ ଗୁଣା ଅଧିକ ବେଡ୍ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୪ଟି କ୍ୟାଟେଗୋରୀରେ ବେଡ୍‌ ଦରକାର। ସେଗୁଡ଼ିକ ହେଉଛି- ସାଧାରଣ ବେଡ୍‌, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍‌। ଆଇସିୟୁ ବେଡ୍‌ ବଢ଼ାଇବା ଏତେଟା ସମ୍ଭବପର ନୁହେଁ। କାରଣ ଆଇସିୟୁ ପାଇଁ ସେଟ୍‌ଅପ୍ ଦରକାର। ତଥାପି ପ୍ରାୟ ୨ ଗୁଣ ଆଇସିୟୁ ବେଡ୍‌ ଵୃଦ୍ଧି କରାଯିବ।

ନିୟମ ଅନୁସାରେ ୧୦୦ ବେଡ୍‌ରେ ୬ ପ୍ରତିଶତ ଆଇସିୟୁ ବେଡ୍‌ ରହିବା ଦରକାର। ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍‌ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଆଇସିୟୁ ଓ ଏଚଡିୟୁ ବେଡ୍‌ ସଂଖ୍ୟା ଵୃଦ୍ଧି କରାଯିବ। କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ।

ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁ ନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି ସ୍ଥିତି ସୃଷ୍ଟି ହୋଇନାହିଁ। ଆମ ପାଖରେ ଏବେ ଯେତିକି ସାଧାରଣ ବେଡ୍‌ ଅଛି ସେଥିରୁ ମାତ୍ର ୨୫ ପ୍ରତିଶତରେ ରୋଗୀ ଅଛନ୍ତି। ସେହିଭଳି ଆଇସିୟୁରେ ଯେତିକି ବେଡ୍‌ ଅଛି ସେଥିରୁ ୬୦% ରୋଗୀ ଅଛନ୍ତି । ବାକି ୪୦% ଆଇସିୟୁ ବେଡ୍ ଖାଲି ପଡ଼ିଛି।

ଶ୍ରୀ ମିଶ୍ର କହିଛନ୍ତି, ୨୪୮ଟି ଭେଣ୍ଟିଲେଟର ବେଡ୍‌ ଥିବା ବେଳେ ମାତ୍ର ୪୫ଟିରେ ରୋଗୀ ଅଛନ୍ତି। ଗତକାଲି ସୁଦ୍ଧା ଆଇସିୟୁରେ ୫୪୧ଟି ବେଡ୍ ଥିବା ବେଳେ ୩୨୯ଟି ବେଡ୍‌ରେ ରୋଗୀ ଥିଲେ। ଏହାଛଡ଼ା ଷ୍ଟାଣ୍ଡବାୟ ବେଡ୍‌ ମଧ୍ୟ ଆମ ପାଖରେ ଅଛି । ତେଣୁ ରୋଗୀ ସଂଖ୍ୟା ବଢ଼ିଲେ ବେଡ୍ ସଂଖ୍ୟା ବଢ଼ିବ। କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ସୂଚନାଯୋଗ୍ୟ, ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୩୬୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୪,୮୨୫ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୧,୪୩୬ ଟି ଆକ୍ଟିଭ୍ କେସ୍ ଅଛି, ଅର୍ଥାତ୍ ସେମାନେ ଚିକିତ୍ସାଧୀନ ଅଛନ୍ତି।

The post କରୋନା ମୁକାବିଲା: ୫ ଗୁଣା ହେବ ବେଡ୍‌ appeared first on Odisha Reporter.



from Odisha Reporter https://ift.tt/3uYTMmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages