ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଜଣେ ଠିକା କର୍ମଚାରୀ ନିଜ ଦେହରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ। ଏଠାରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ ଏକାଡେମୀ କାଉନସିଲର ମିଟିଂ ଚାଲିଥିବା ବେଳେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଠିକା କର୍ମଚାରୀ ଜଣକ ହେଲେ ଦୀନବନ୍ଧୁ ମିଶ୍ର।
କୌଣସି କାରଣ ବଶତଃ ସେ ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁ ନିଆଁରେ ପୋଡ଼ି ହୋଇଥିବା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ନିଆଁ ଲିଭାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ବୁର୍ଲା ମେଡିକାଲର କାଜୁଆଲଟିରେ ଚିକିତ୍ସିତ ହେଉଛନ୍ତି। ଦୀନବନ୍ଧୁଙ୍କ ଅବସ୍ଥା ସଙ୍କଟଜନକ ଥିବାରୁ ଖୁବଶୀଘ୍ର ତାଙ୍କୁ କଟକ ସ୍ଥାନାନ୍ତର କରାଯାଇପାରେ।
ସୂଚନାଯୋଗ୍ୟ, ଦୀନବନ୍ଧୁ ବହୁ ଦିନ ଧରି ବିଶ୍ୱବିଦ୍ୟାଳୟରେ ଠିକାରେ କାମ କରୁଥିଲେ। ତେବେ ସେ କାହିଁକି ଏମିତି ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ।
The post କାଉନସିଲ୍ ମିଟିଂ ଚାଲିଥିବା ବେଳେ ନିଜ ଦେହରେ କିରୋସିନ ଢାଳିଦେଲେ appeared first on Odisha Reporter.
from Odisha Reporter https://ift.tt/2QIGN9W
No comments:
Post a Comment