ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ

ଦେଶରେ ଭୟଙ୍କର ରୂପ ନେଇ କରୋନା ଭାଇରସର ଦ୍ୱିତୀୟ ଲହର। ଚାରିଆଡେ ବଢ଼ି ଚାଲିଛି ସଂକ୍ରମଣ ମାମଲା। ଫଳରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ଗୁଡିକରେ ବେଡ୍‌ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ କରୋନା ରୋଗୀ ହସ୍ପିଟାଲ ନଯାଇ ମଧ୍ୟ ଘରେ ରହି ଚିକିତ୍ସିତ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ହୋମ ଆଇସୋଲେସନରେ ରହି କିଭଳି ଭଲ ହେବେ ଅନ୍ୟକୁ ସଂକ୍ରମିତ ନକରି କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବ।

– କରୋନା ରୋଗୀ ସେଲ୍ଫ ଆଇସୋଲେସନରେ ରହିବା ବେଳେ ଏକା ରହିବା ଉଚିତ। ଘର ଲୋକଙ୍କଠାରୁ ଅଲଗା ରହି ଅଲଗା ଶୌଚାଳୟ ମଧ୍ୟ ବ୍ୟବହାର କରିବା ଉଚିତ। ଥଣ୍ଡା ଜ୍ୱର ସମୟରେ ଯେପରି ନିଜର ଯତ୍ନ ନିଅନ୍ତି ସେହି ଭଳି ନିଜର ଯତ୍ନ ନେବା ଆବଶ୍ୟକ। ଖୋଲା ଏବଂ ପର୍ଯ୍ୟାପ୍ତ ଝରକା କବାଟ ଥିବା ରୁମରେ ରୁହନ୍ତୁ।

– ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ ତେବେ ସମସ୍ତେ ବ୍ୟବହାର କରିବା ପରେ ତାକୁ ଶେଷରେ ବ୍ୟବହାର କରନ୍ତୁ। ଏଥିସହ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ଶୌଚାଳୟ ବ୍ୟବହାର କରିବା ପରେ ତାକୁ ଭଲଭାବେ ସାନିଟାଇଜ୍‌ ସିଞ୍ଚନ୍ତୁ।

-ଯଦି ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ଏବଂ ଆପଣଙ୍କ ଅମ୍ଳଜାନ ଲେଭେଲ ୯୪ ତଳକୁ ରହୁଛି ତେବେ ପେଟ ମାଡ଼ି ଶୋଇ ଜୋରରେ ନିଃଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ପ୍ରତି ଦୁଇ ଘଣ୍ଟାରେ ୩ ଥର ଏଭଳି କରିବା ଦ୍ୱାରା ଅକ୍ସିଜେନ ଲେଭେଲ ବଢ଼ିବ ବୋଲି  ଡାକ୍ତର ବେଦ୍‌ ଚତୁର୍ବେଦୀ କହିଛନ୍ତି।

– କରୋନା ରୋଗୀ ଯଥା ସମ୍ଭବ ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ ପରିସ୍ରା ହଳଦିଆ ହୁଏ ନାହିଁ ପେଟ ଥଣ୍ଡା ରୁହେ। ଧୂମପାନ କି ମଦ୍ୟପାନ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍ କରିବ। ଆପଣଙ୍କର ଯକୃତକୁ ପ୍ରଭାବିତ କରୁଥିବା କୌଣସି କାମ କରନ୍ତୁ ନାହିଁ  ବୋଲି ମେଡିସିନ୍‌ ବିଭାଗର ଡାକ୍ତର ବିକ୍ରମଜିତ ସିଂହ ପରାମର୍ଶ ଦେଇଛନ୍ତି।

– କିଛି ଲୋକଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଅଧିକ ଭୟଙ୍କର ଦେଖାଯାଏ। ଯଦି ଏହି ଲକ୍ଷଣ ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଛି କିମ୍ବା ଯନ୍ତ୍ରଣା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍। କୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ସିଟି ସ୍କାନ କରନ୍ତୁ।

– ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି ତେବେ ଭୟ କରନ୍ତୁ ନାହିଁ। ଅଧିକାଂଶ ଲୋକେ ଭୟଭୀତ ହୋଇ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଫଲରେ ସେମାନଙ୍କ ରକ୍ତଚାପ ବୃଦ୍ଧି ପାଉଛି, ଏଥିସହ ଅକ୍ସିଜେନ୍‌ ଲେଭେଲ ମଧ୍ୟ କମୁଛି। ତେଣୁ ଭୟ ନ କରି ଘରେ ରହି କରୋନା ସହ ଲଢ଼ନ୍ତୁ ବୋଲି ଡାକ୍ତର ସିଂହ କହିଛନ୍ତି।

The post ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/3tEg0KI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages