ପଞ୍ଚାୟତ ନିର୍ବାଚନ ଲଢ଼ିବେ ଗ୍ଲାମର କୁଇନ୍‌, ଜାଣନ୍ତୁ କେଉଁ ଆସନରେ ଲଢ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ପଞ୍ଚାୟତ ନିର୍ବାଚନ ଲଢ଼ିବେ ଗ୍ଲାମର କୁଇନ୍‌, ଜାଣନ୍ତୁ କେଉଁ ଆସନରେ ଲଢ଼ିବେ

ଲକ୍ଷ୍ନୋ: ରାଜନୀତିରେ ରଙ୍ଗ ଭରିବେ ଗ୍ଲାମର କୁଇନ୍‌। ରଙ୍ଗାରଙ୍ଗ ପ୍ଲାଟଫର୍ମରେ ଜଲୱା ଦେଖାଇଥିବା ମଡେଲ ଦିକ୍ଷା ସିଂ ନିର୍ବାଚନ ରଣାଙ୍ଗନରେ ଭାଗ୍ୟ ପରୀକ୍ଷା କରିବେ। ୨୦୧୫ରେ ବ୍ୟୁଟି ପିଜାଣ୍ଟ କଣ୍ଟେଷ୍ଟରେ ରନର-ଅପ୍‌ ହୋଇଥିବା ମଡେଲ ଦିକ୍ଷା ସିଂ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲା ବକ୍ସା ବ୍ଲକ୍ ଅନ୍ତର୍ଗତ  ୱାର୍ଡ଼ ନମ୍ବର ୨୬ରୁ  ଦିକ୍ଷା ପ୍ରାର୍ଥୀ ହେବେ। ପୂର୍ବରୁ ଦିକ୍ଷାଙ୍କ ବାପା ଦୀର୍ଘ ବର୍ଷ ଧରି ଉକ୍ତ ଆସନରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରି ଆସୁଥିଲେ। ତେବେ ଚଳିତ ବର୍ଷ ଉକ୍ତ ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ସେହି ଆସନରେ ଝିଅ ଦିକ୍ଷା ଲଢ଼ିବେ ବୋଲି ନିଷ୍ପତି ନେଇଛନ୍ତି।

ପୂର୍ବତନ ବିଜେପି ନେତା ରାମ ଚନ୍ଦ୍ର ସିଂଙ୍କ ବୋହୂଙ୍କ ବିରୋଧରେ ପ୍ରାର୍ଥୀ ହେବେ ଦିକ୍ଷା। ଏପ୍ରିଲ ୧୫ରୁ ଜୌନପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ଏଥିପାଇଁ ଏପ୍ରିଲ ୩ ଓ ୪ରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଦିକ୍ଷା ବାପାଙ୍କର ଗୋଆ ଏବଂ ରାଜସ୍ଥାନରେ ଟ୍ରାନ୍ସପୋର୍ଟ ବିଜ୍‌ନେସ ରହିଥିବା ବେଳେ ତାଙ୍କ ମା’ ହେଉଛନ୍ତି ଜଣେ ହାଉସ୍‌ ୱାଇଫ୍‌। ଗତ ଫେବୃଆରୀରେ ଦିକ୍ଷାଙ୍କର ଏକ ଫିଚର ସଙ୍ଗ  ‘ରବା ମେହେର କରି’ ଆସିଥିଲା।

The post ପଞ୍ଚାୟତ ନିର୍ବାଚନ ଲଢ଼ିବେ ଗ୍ଲାମର କୁଇନ୍‌, ଜାଣନ୍ତୁ କେଉଁ ଆସନରେ ଲଢ଼ିବେ appeared first on Odisha Reporter.



from Odisha Reporter https://ift.tt/2Om1SGG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages