ଭାଇ ମୋତେ ଏଠାରୁ ନେଇ ଯାଅ, ସେମାନେ ବହୁତ କଷ୍ଟ ଦେଉଛନ୍ତି…. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଭାଇ ମୋତେ ଏଠାରୁ ନେଇ ଯାଅ, ସେମାନେ ବହୁତ କଷ୍ଟ ଦେଉଛନ୍ତି….

ବାଣପୁର(ଓଡ଼ିଶା ରିପୋର୍ଟର): ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ । ମୁଁ ଏଠି ରହିପାରିବିନି। ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି। ଏହା ହେଉଛି ଜଣେ ନାବାଳିକା ଝିଅର ଆକୁଳ ନିବେଦନ। ଅପହରଣକାରୀମାନେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିର୍ଯାତନା ଦେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସ୍ପର୍ଷକାତର ଭିଡିଓ। ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁ ଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଆସିଛି। ତେବେ ନାବାଳିକାକୁ ରଖାଯାଇଥିବା ସ୍ଥାନକୁ ଡିଟେକ୍ଟ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ସୁକାନ୍ତି ବେହେରାଙ୍କ ଝିଅ ଗତ ଫେବୃଆରୀ ୪ ତାରିଖରେ ଟ୍ୟୁସନ ଯାଇ ଆଉ ଫେରି ନଥିଲେ।

ପରିବାର ଲୋକେ ଖୋଜାଖୋଜି ପରେ ନପାଇବାରୁ ଥନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ତେବେ ନିଖୋଜ ମାମଲାର ପ୍ରାୟ ୨ ମାସ ପରେ ୩ ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ନିଖୋଜ ନାବାଳିକା ଜଣକ ତାଙ୍କୁ ଅପହରଣ କରାଯାଇ ରଖାଯାଇଥିବା ଏବଂ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ୍‌ କହିଛନ୍ତି ଯେ, ନାବାଳିକା ରହିଥିବା ସ୍ଥାନ ଉତ୍ତରପ୍ରଦେଶର ଆହ୍ଲାବାଦର ବୋଲି ଡିଟେକ୍ଟ ହୋଇଛି। ଖୁବ୍‌ଶୀଘ୍ର ପୁଲିସର ଏକ ଟିମ୍‌ ଯାଇ ତାଙ୍କୁ ଉଦ୍ଧାର କରିବ ବୋଲି ସେ କହିଛନ୍ତି।

The post ଭାଇ ମୋତେ ଏଠାରୁ ନେଇ ଯାଅ, ସେମାନେ ବହୁତ କଷ୍ଟ ଦେଉଛନ୍ତି…. appeared first on Odisha Reporter.



from Odisha Reporter https://ift.tt/39KK3bU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages