‘ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

‘ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଜିଟିଭ ସଂଖ୍ୟା ଦିକୁ ଦିନ ବଢ଼ି ଚାଲିଥିବା ବେଳେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ଗ୍ରାଫ। ଏହି ଜିଲ୍ଲାରୁ ଆଜି ୧୭୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହେ ସଂଖ୍ୟା ଥିଲା ୧୩୬। ଦିନକୁ ଦିନ ଜିଲ୍ଲାରୁ ବହୁ ସଂଖ୍ୟକ ପଜିଟିଭ ରୋଗୀ ବାହାରୁଥିବାରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ  କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଅନୁଗୁଳ ଜିଲ୍ଲାରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍ଏସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଘୋଷଣା ପାଇଁ ଚିଠରେ  ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏଥିସହ ହସ୍ପିଟାଲରେ ଖୁବ ଶୀଘ୍ର ICU ସୁବିଧା ସହ ଶହେଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।   ଏମସିଏଲ୍ ହସ୍ପିଟାଲକୁ କୋଭି଼ଡ୍ ହସପିଟାଲ ଭାବେ ଘୋଷଣା କରିବାକୁ  ଧର୍ମେନ୍ଦ୍ର  କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

The post ‘ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କର’ appeared first on Odisha Reporter.



from Odisha Reporter https://ift.tt/3xrA5GD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages