କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହାରି ଭିତରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ ଅଡିଓ କ୍ଲିପ୍ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଟିଏମିସ ପାଇଁ ନିର୍ବଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ସ୍ୱୀକାର କରିଛନ୍ତି ବେଙ୍ଗଲରେ ବିଜେପି ବିଜୟୀ ହେବାକୁ ଯାଉଛି। ଟିଏମସି କରିଥିବା ଏକ ସର୍ଭେରେ ଏହା ଜଣାପଡ଼ିଛି ବୋଲି ପ୍ରଶାନ୍ତ କହିଛନ୍ତି। କ୍ଲବ ହାଉସ ନାମକ ଅଡିଓ କନଫେରନସିଂ ଆପରେ ପ୍ରଶାନ୍ତ କିଶୋର ଏହା କହିଛନ୍ତି। ଯାହାକୁ ବିଜେପି ସାର୍ବଜନୀନ କରିଛି। ପ୍ରଶାନ୍ତ କିଶୋର ମଧ୍ୟ ଅଡିଓ କ୍ଲିପକୁ ସତ ବୋଲି ସ୍ୱୀକାର କରିଛନ୍ତି। ହେଲେ ବିଜେପି ଅଳ୍ପ ଅଡିଓ ଜାରି କରିଛି ସମ୍ପୂର୍ଣ୍ଣ କ୍ଲିପ୍ ଜାରି କରିବା ଦରକାର ବୋଲି ପ୍ରଶାନ୍ତ କହିଛନ୍ତି।
ବିଜେପି ଜାରି କରିଥିବା ଅଡ଼ିଓରେ ପ୍ରଶାନ୍ତ କିଶୋର କହୁଛନ୍ତି, ବେଙ୍ଗଲରେ ଭୋଟ୍ ମୋଦି ଓ ହିନ୍ଦୁଙ୍କ ନାଁରେ ରହିଛି। ଧୃବୀକରଣ, ହିନ୍ଦୀ ଭାଷା ଏବଂ ସୁପ୍ରିମକୋର୍ଟ ନିର୍ବାଚନର ପ୍ରମୁଖ ଅଂଶ ପାଲଟିଛି। ମୋଦି ଏବେ ବେଙ୍ଗଲରେ ସବୁଠୁ ଲୋକପ୍ରିୟ। ମତୁଆ ସମୁଦାୟ ବିଜେପି ପାଇଁ ଭୋଟ୍ ଦେଉଛନ୍ତି। ରାଜ୍ୟରେ ମୋଦିଙ୍କ ସପକ୍ଷରେ ମାହୋଲ ଥିବା ବେଳେ ଶାସକ ଦଳ ଟିଏମସି ବିରୋଧରେ ମାହୋଲ ରହିଛି।
In a public chat on Club House, Mamata Banerjee’s election strategist concedes that even in TMC’s internal surveys, BJP is winning.
The vote is for Modi, polarisation is a reality, the SCs (27% of WB’s population), Matuas are all voting for the BJP!
BJP has cadre on ground. pic.twitter.com/3ToYuvWfRm
— Amit Malviya (@amitmalviya) April 10, 2021
ବେଙ୍ଗଲ ରାଜନୀତିର ଇକୋସିଷ୍ଟମ୍ ହେଉଛି କିଭଳି ମୁସଲମାନଙ୍କ ଭୋଟ୍ ମିଳିବ। ହେଲେ ପ୍ରଥମ ଥର ପାଇଁ ହିନ୍ଦୁଙ୍କ ଭୋଟ୍ ପାଇବାକୁ ଆରମ୍ଭ ହେଇଛି ରାଜନୀତି। ଆଉ ହିନ୍ଦୁମାନେ ଖୁସି ଅନୁଭବ କରୁଛନ୍ତି ଯେ ସେମାନଙ୍କ ବିଷୟରେ ଆଲୋଚନା ହେଉଛି। ବାମ ଦଳ, କଂଗ୍ରେସ ଏବଂ ଟିଏମସି ଗତ ୨୦ ବର୍ଷ ମଧ୍ୟରେ ମୁସଲମାନମାନଙ୍କୁ ସନ୍ତୁଷ୍ଟ କରିବାକୁ ରାଜନୀତି କରିଛନ୍ତି ବୋଲି ପ୍ରଶାନ୍ତ ଅଡିଓରେ ସ୍ୱୀକାର କହିଛନ୍ତି।
I am glad BJP is taking my chat more seriously than words of their own leaders!
They should show courage & share the full chat instead of getting excited with selective use of parts of it.
I have said this before & repeating again – BJP will not to CROSS 100 in WB. Period.
— Prashant Kishor (@PrashantKishor) April 10, 2021
ବିଜେପି ଏବେ ଏହି ଅଡ଼ିଓ କ୍ଲିପ ଜାରି କରି କହିଛି ନିର୍ବାଚନରେ ମମତା ପରାଜୟ ସ୍ୱୀକାର କରି ସାରିଛନ୍ତି। ତେବେ ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ସମ୍ପୂର୍ଣ୍ଣ ଅଡିଓ କ୍ଲିପ ଜାରି କରିବା ଦରକାର। ଯେଉଁଥିରେ ସେ ବିଜେପି ୧୦୦ରୁ ଅଧିକ ଆସନରେ ବିଜୟୀ ହେବନି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କ୍ଲବ ହାଉସ ଆପ ହେଉଛି ଏକ ଅଡିଓ କନଫେନସିଂ ଆପ୍। ଯେଉଁଥିରେ ଅଡିଓ କଲ ମଧ୍ୟରେ ଏକାଥରେ ଅନେକ ଲୋକଙ୍କ ସହ କଥା ହୋଇ ହେବ। ଭାଇରାଲ ହୋଇଥିବା ପ୍ରଶାନ୍ତ କିଶୋରଙ୍କ ଏହି ଅଡ଼ିଓ କ୍ଲିପରେ ଏନଡିଟିଭିର ଆଙ୍କର ରବୀଶ କୁମାର, ନ୍ୟୁଜ 24 ଚ୍ୟାନେଲର ପୂର୍ବତନ ନ୍ୟୁଜ ଆଙ୍କର ସାକ୍ଷୀ, ସାମ୍ବାଦିକା ସ୍ୱାତୀ ଚତୁର୍ବେଦୀ ଆଦି ରହିଥିବା ଦେଖିବାକୁ ମିଳିଛି।
The post ପ୍ରକୃତରେ କ’ଣ କହିଛନ୍ତି ପ୍ରଶାନ୍ତ? ଅଡିଓ କ୍ଲିପ୍ ଜାରି କରି ବିଜେପି ଖୁସ୍ appeared first on Odisha Reporter.
from Odisha Reporter https://ift.tt/2PSm0AL
No comments:
Post a Comment