୧୨ ଦିନରେ ଡବଲ ହେଲାଣି ପଜିଟିଭ ରେଟ୍‌, ଚିନ୍ତା ବଢ଼ାଉଛି ଏହି ସବୁ ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

୧୨ ଦିନରେ ଡବଲ ହେଲାଣି ପଜିଟିଭ ରେଟ୍‌, ଚିନ୍ତା ବଢ଼ାଉଛି ଏହି ସବୁ ରାଜ୍ୟ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ମାତ୍ର ୧୨ ଦିନ ମଧ୍ୟରେ ଦୈନିକ ପଜିଟିଭ ହାର ଦୁଇ ଗୁଣ ବୃଦ୍ଧି ପାଇସାରିଲାଣି। ୧୨ ଦିନ ତଳେ ଦୈନିକ ପଜିଟିଭ ରେଟ୍‌ ୮% ଥିବା ବେଳେ ଏବେ ଏହା ୧୬.୭% ହୋଇଗଲାଣି। ଏହାର ଅର୍ଥ ୧୦୦ ଜଣଙ୍କ କରୋନା ଟେଷ୍ଟ କରାଗଲେ, ଏହା ମଧ୍ୟରୁ ପ୍ରାୟ ୧୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି।

କରୋନାର ଏପରି ଭୟଙ୍କର ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇ ସାରିଲାଣି। ଏପ୍ରିଲ ୧୨ରୁ ନିୟମିତ ଭାବେ ସଂକ୍ରମଣ ବଢ଼ୁଥିବା ବେଳେ ଟେଷ୍ଟିଂ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ତେଣୁ ଦୈନିକ ପଜିଟିଭ ରେଟ୍‌ ବଢ଼ିବାରେ ଲାଗିଛି। ଛତିଶଗଡ଼ରେ ସଂକ୍ରମଣ ହାର ସବୁଠାରୁ ଅଧିକ ୩୦.୩% ରହିଛି।

ସୂଚନା ଅନୁସାରେ, ଦେଶର ସପ୍ତାହିକ ପଜିଟିଭ ହାର ଗୋଟିଏ ମାସ ମଧ୍ୟରେ ୩%ରୁ ୧୩.୫%କୁ ବୃଦ୍ଧି ପାଇଛି। ଛତିଶଗଡ଼ ବ୍ୟତୀତ ମଧ୍ୟପ୍ରଦେଶ, ଗୋଆ, ରାଜସ୍ଥାନ ଓ ଲଦାଖ ଭଳି ଅଞ୍ଚଳରେ ଏପ୍ରିଲ ୧୧ରୁ ୧୭ ମଧ୍ୟରେ ପଜିଟିଭ ରେଟ୍‌ ସର୍ବାଧିକ ରହିଛି। ଗୋଆରେ ସାପ୍ତାହିକ ପଜିଟିଭ ରେଟ୍‌ ୨୪.୨%, ମହାରାଷ୍ଟ୍ରରେ ୨୪.୧% ଓ ରାଜସ୍ଥାନରେ ୨୩.୩% ରହିଛି। ଏହାର ଅର୍ଥ ଏହି ସବୁ ସ୍ଥାନରେ ସଂକ୍ରମଣ ରୋକିବାକୁ ଅଧିକ ଟେଷ୍ଟିଂ ଓ କଣ୍ଟେନମେଣ୍ଟର ଆବଶ୍ୟକତା ରହିଛି।

ସରକାରୀ ଅଧିକାରୀଙ୍କ ମତରେ ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ଆକ୍ରାନ୍ତ ଚିହ୍ନଟ ପାଇଁ ଆଶାନୁରୂପ ଟେଷ୍ଟିଂ ହେଉନାହିଁ। ଅଧିକ କେସ୍‌ ଲୋଡ୍‌ ଥିବା ରାଜ୍ୟଗୁଡ଼ିକରେ ଆରଟି-ପିସିଆର ଟେଷ୍ଟ କମ ରହିବା ମଧ୍ୟ ଚିନ୍ତାର ବିଷୟ। ଆମେ ଯଦି ଗତ ୧୨ ଦିନର ଟେଷ୍ଟକୁ ହିସାବ ନେବା ତା’ହେଲେ ଦେଶରେ ଦୈନିକ ଟେଷ୍ଟିଂ ୧୧.୭୩ ଲକ୍ଷରୁ ୧୫.୬୬ ଲକ୍ଷ ରହୁଛି।

ଶନିବାର ଦେଶରେ ମୋଟ ୨,୬୧,୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା ମଧ୍ୟରୁ ୧୦ଟି ରାଜ୍ୟରୁ ୭୯% ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମହାରାଷ୍ଟ୍ରରେ ପୂର୍ବଭଳି ସର୍ବାଧିକ ୬୭,୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସାମ୍ନାକୁ ଆସିଥିଲେ।

ଏପ୍ରିଲ ୪ରୁ ଏପ୍ରିଲ ୧୭ ମଧ୍ୟରେ ଉତ୍ତର ପ୍ରଦେଶର ଆକ୍ରାନ୍ତଙ୍କ ସଂଖ୍ୟା ୪,୧୩୬ରୁ ବୃଦ୍ଧି ପାଇ ୨୭,୩୩୪ରେ ପହଞ୍ଚି ଯାଇଛି। ଏହି ସମୟରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩ରୁ ବୃଦ୍ଧି ପାଇ ୨୪,୩୭୫ ଛୁଇଁଛି। ଏହା ବ୍ୟତୀତ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକା, ଛତିଶଗଡ଼, କେର, ମଧ୍ୟପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନ ରହିଛନ୍ତି।

The post ୧୨ ଦିନରେ ଡବଲ ହେଲାଣି ପଜିଟିଭ ରେଟ୍‌, ଚିନ୍ତା ବଢ଼ାଉଛି ଏହି ସବୁ ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/3sqbiPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages