ପିପିଲିରେ ହିଂସାକାଣ୍ଡ; ରାଲି ବେଳେ ବିଜେପି କର୍ମୀଙ୍କୁ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ପିପିଲିରେ ହିଂସାକାଣ୍ଡ; ରାଲି ବେଳେ ବିଜେପି କର୍ମୀଙ୍କୁ ମାଡ଼

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପିପିଲି ଉପନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ।   ଏହି ସମୟରେ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ପୁଣି ଥରେ ପିପିଲିରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ପିପିଲି ଥାନା ରାଇଗିରିପୁର ଗାଁରେ  ରାଲିରେ ଯାଉଥିବା ବେଳେ ତାଙ୍କ ଦଳର କିଛି କର୍ମୀଙ୍କୁ ମାଡ଼ ମରାଯିବା ସହ ବାଇକ୍ ଭଙ୍ଗାରୁଜା ହୋଇଛି। ଏଥିରେ ବିଜେଡି କର୍ମୀ ସାମିଲ ଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ଆଶ୍ରିତ।

ଏନେଇ ପୁଲିସ୍‌କୁ ଅବଗତ କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ତୁରନ୍ତ ଗିରଫ ଦାବିରେ ଅଡ଼ି ବସିଛନ୍ତି ଆଶ୍ରିତ। ମାଡ ପ୍ରତିବାଦରେ ଗାଁ ଦାଣ୍ଡରେ ଧାରଣା ଦେଇଛନ୍ତି  ଆଶ୍ରିତ ପଟ୍ଟନାୟକ। ରାଲିରେ ଥିବା ସମସ୍ତ କର୍ମୀ ଧାରଣାରେ ସାମିଲ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

ଏନେଇ ଆଶ୍ରିତ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଏସ୍‌ପିଙ୍କୁ ବି ଅବଗତ କରି ସାରିଛନ୍ତି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ଏନେଇ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆଜି ରାଇଗିରିପୁର ଗ୍ରାମରେ ଭୋଟ ଭିକ୍ଷା କରୁଥିବା ବେଳେ ବିଜେଡି ଗୁଣ୍ଡା ଆସି ଆମ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରି, ଗାଡ଼ି ଭଙ୍ଗାରୁଜା କରି, ଗାଡ଼ିର ଚାବି ନେଇ ପଳାଇଛନ୍ତି। ଜନସାଧାରଣଙ୍କୁ ଭୟମୁକ୍ତ ଶାସନ ଦେବାକୁ ଲୋକଙ୍କୁ ନ୍ୟାୟ ଦେବାକୁ ଆମେ ଆଜି ଧାରଣାରେ ବସିଛି। ଆମକୁ ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଏହି ଲଢ଼େଇ ଜୋରଦାର ହେବ।

The post ପିପିଲିରେ ହିଂସାକାଣ୍ଡ; ରାଲି ବେଳେ ବିଜେପି କର୍ମୀଙ୍କୁ ମାଡ଼ appeared first on Odisha Reporter.



from Odisha Reporter https://ift.tt/31FpPf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages