ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସେମାନଙ୍କର ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଛନ୍ତି। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ରିପୋର୍ଟ ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।
ସୁଶାନ୍ତ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟ ସମୀକ୍ଷା କରନ୍ତି। ୨୦୧୯ ନିର୍ବାଚନ ପରେ ସରକାରକୁ ୨ ବର୍ଷ ପୂରିବ। କିନ୍ତୁ ୯-୧୦ କରୋନାରେ ସବୁ କାମ ଠପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ୨୦ ଓ ୨୧ ତାରିଖରେ ମୋ ବିଭାଗର ସମୀକ୍ଷା କରିବେ। ସମୀକ୍ଷା କଲା ପରେ ସାର୍ଟିଫିକେଟ୍ ମୁଖ୍ୟମନ୍ତ୍ରୀ ଦେବେ।
ସୁଶାନ୍ତ ସିଂହ କହିଛନ୍ତି, ଆମେ ସବୁ ପରୀକ୍ଷା ପାଇଁ ପ୍ରସ୍ତୁତ, କାରଣ ଆମ ବିଭାଗ ଭଲ କାର୍ଯ୍ୟ କରିଛି। ଶେଷରେ ମାର୍କ ମୁଖ୍ୟମନ୍ତ୍ରୀ ଦେବେ। କିଏ ମନ୍ତ୍ରୀ ମଣ୍ଡଳରେ ରହିବେ କି କାହାରିବ, ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଯିଏ କାମ ଠିକ୍ କରୁଛି, ସିଏ ରହିବ। କରୋନା ପାଇଁ କିଛି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ସେତୁ କାମକୁ ନେଇ ସୁଶାନ୍ତ ସିଂ କହିଛନ୍ତି, ଆମ ସରକାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୧୯ରୁ ୨୦୨୪ ଭିତରେ ଓଡ଼ିଶାରେ ସେତୁ ନେଇ ଯେଉଁ ସବୁ ସମସ୍ୟା ରହିଛି, ସେସବୁ ସମସ୍ୟା ରହିବ ନାହିଁ। ସେତୁ ପାଇଁ ଯୋଜନା ଚାଲିଛି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହାର ଘୋଷଣା କରିବେ।
ମନ୍ତ୍ରୀ ସୁଶାନ୍ତ ସିଂ କରୋନା ଟିକା ଅଭାବକୁ ନେଇ କହିଛନ୍ତି, ବିଜେପି ଶାସିତ ରାଜ୍ୟମାନଙ୍କୁ ଅଧିକ ଟିକା ଦିଆଯାଉଛି। ଟିକା ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି। ପ୍ରଧାନମନ୍ତ୍ରୀ ସବକା ସାଥ ସବକା ବିକାଶ କଥା କହୁଛନ୍ତି କିନ୍ତୁ ତାହା କାର୍ଯ୍ୟରେ ପ୍ରତି ଫଳିତ ହେଉନି। ରାଜାର ଧର୍ମ ଦେଉଛି, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। କରୋନା ଏବେ ପୁଣିଥରେ ବଢ଼ୁଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢ଼ୁଛି। ତେଣୁ ସମସ୍ତଙ୍କୁ ସମାନ ଟିକା ହିସାବରେ ଟିକା ଦେଲେ ଭଲ ହୁଅନ୍ତା ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।
The post ‘ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀ ମାର୍କ ଦେବେ’ appeared first on Odisha Reporter.
from Odisha Reporter https://ift.tt/2RmHIxf
No comments:
Post a Comment