ୟୁକ୍ରେନକୁ ଘେରିଲା ରୁଷିଆ, ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ୟୁକ୍ରେନକୁ ଘେରିଲା ରୁଷିଆ, ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ

ମୋସ୍କୋ: ରୁଷିଆ ଏବେ ପଡେ଼ାଶୀ ୟୁକ୍ରେନକୁ ଚାରିପଟୁ ଘେରି ଯାଇଛି। ରୁଷିଆର ହଜାର ହଜାର ସୈନିକ ଏବଂ ମିଶାଇଲ ଏବେ ୟୁକ୍ରେନ ସୀମାକୁ ଘେରି ରହିଛନ୍ତି। ସ୍ଥିତି ଏମିତି ଯେ ବିଶ୍ୱ ଯୁଦ୍ଧ ହେବ ବୋଲି କୁହାଯାଉଛି। କାରଣ ୟୁକ୍ରେନକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି। ତେବେ ରୁଷିଆ ୟୁକ୍ରେନ ସୀମାରେ ସୈନ୍ୟସାମନ୍ତ ବଢ଼ାଉଥିବା ଦେଖି ଆମେରିକା ମଧ୍ୟ ଦୁଇଟି ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ନିୟୋଜିତ କରିବ ବୋଲି କହିଛି। ଏଥିପାଇଁ ତୁର୍କୀକୁ ଅନୁମତି ମାଗିଛି ଆମେରିକା। ଏପ୍ରିଲ ୧୪ ଓ ୧୫ରେ ଆମେରିକାର ଯୁଦ୍ଧ ଜାହାଜ ଯିବ ବୋଲି ତୁର୍କୀ କହିଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ଓ୍ୱିଲକେନ ରବିବାର ଏକ ସାକ୍ଷାତକାରରେ ରୁଷିଆକୁ ଚେତାବନୀ ଦେଇଛନ୍ତି। ଯଦି ରୁଷିଆ ୟୁକ୍ରେନ ବିରୋଧରେ ଆକ୍ରମଣ କରିବ ତାହେଲେ ପରିଣାମ ଭୋଗିବାକୁ ହେବ। ନିକଟରେ ଯୁକ୍ତ ରାଷ୍ଟ୍ର, ଜର୍ମାନୀ ଏବଂ ତୁର୍କୀ ଭଳି ଦେଶ ରୁଷିଆକୁ ସଂଯମତା ରଖିବାକୁ କହିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି।

ଏନିବିସି ଟିଭି ଚ୍ୟାନେଲର ‘ମିଟ୍ ଦ ପ୍ରେସ’ରେ ଓ୍ୱିଲକେନ କହିଛନ୍ତି, ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ସାମନ୍ତ ବଢ଼ାଇଛି। ଏହା ସମଗ୍ର ୟୁରୋପ ପାଇଁ ଚିନ୍ତାଜନକ। ଏବେ ୟୁରୋପର ସମସ୍ତ ସହଯୋଗୀ ଦଳ ପରସ୍ପର ସହିତ ଯୋଗାଯୋଗରେ ରହିଛନ୍ତି। ଯଦି ରୁଷିଆ ସେମିତି କିଛି କରିବ ତାହେଲେ ଏମାନେ ସମସ୍ତେ ମିଶି ରୁଷିଆକୁ କଡ଼ା ଜବାବ ଦେବେ ବୋଲି କୁହାଯାଉଛି। ଏବେ ୟୁକ୍ରେନ ନାଟୋରେ ସାମିଲ୍ ହେବା ପାଇଁ ଜୋରଦାର ପ୍ରୟାସ କରୁଛି। ଆଉ ଆମେରିକା ଏହାକୁ ସମର୍ଥନ କରୁଛି। ହେଲେ ଋଷିଆ ଏହାକୁ ବିରୋଧ କରୁଛି।

ହ୍ୱାଇଟ୍ ହାଉସ କହିଛି ଯେ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ରୁଷିଆ ୟୁକ୍ରେନ ସୀମାରେ ବହୁ ସଂଖ୍ୟାରେ ସୈନ୍ୟ ନିୟୋଜିତ କରିଛି। ୨୦୧୪ରେ ରୁଷିଆ ୟୁକ୍ରେନର କ୍ରିମିୟା ଦ୍ୱୀପକୁ ନିଜ ଅଧୀନକୁ ନେଇଛି। ଆଉ ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି।

ରୁଷିଆ ଏବେ ଭୟ କରୁଛି ଯେ ଯଦି  ୟୁକ୍ରେନ ଡୋନବାସର ପୂର୍ବ ପ୍ରାନ୍ତକୁ ନିଜ ନିୟନ୍ତ୍ରଣକୁ ନେବ ତାହେଲେ ସେବ୍ରେନିତ୍ସା ଭଳି ନରସଂହାର ହୋଇପାରେ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ୨୦୧୪ରେ ବିବାଦ ଆରମ୍ଭ ହୋଇଥିଲା (Russia Ukraine Conflict)। ଏହି ବର୍ଷ ରୁଷିଆ କ୍ରିମିୟା ଦ୍ୱୀପପୁଞ୍ଜକୁ ନିଜ ସହିତ ମିଶ୍ରଣ କଲା। ପୂର୍ବରୁ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା। ୨୦୧୪ରେ ୟୁକ୍ରେନରେ ଏକ ବିପ୍ଳବ ହୋଇଥିଲା। ଏହି ସମୟରେ ରୁଷିଆ ହସ୍ତକ୍ଷେପ କରି କ୍ରିମିୟାରେ ନିଜ ସୈନ୍ୟ ପୁରାଇ ଏହାକୁ ନିଜ ଅଧୀନରେ ନେଇଗଲା।

ତେବେ ରୁଷିଆ ଏଭଳି କରିବା ପଛର କାରଣ ସେତେବେଳେ କହିଥିଲା, ଏହି ଅଞ୍ଚଳରେ ଅଧିକାଂଶ ଲୋକ ରୁଷିଆର ମୂଳ ବାସିନ୍ଦା। ସଂଖ୍ୟା ଗରିଷ୍ଠତା ତାଙ୍କ ଭାଷାଭାଷୀ ଲୋକଙ୍କର ଅଧିକ ରହିଛି। ତେଣୁ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ମିଶ୍ରଣ କରିଥିଲା।

ହେଲେ ରୁଷିଆର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ୟୁରୋପୀୟ ଦେଶ। ଆଉ ଏହି ପ୍ରସଙ୍ଗକୁ ନେଇ ରୁଷିଆ ସହିତ ଆମେରିକା, ୟୁରୋପୀୟ ଦେଶର ମତଭେଦ ସୃଷ୍ଟି ହୋଇଛି। ରୁଷିଆର ପଦକ୍ଷେପ ବିରୋଧରେ ୟୁରୋପୀୟ ସଂଘ ଏବଂ ଆମେରିକା ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ। କୁହାଯାଉଛି ଯେ ପୂର୍ବ ୟୁକ୍ରେନରେ ହୋଇଥିବା ବିବାଦରେ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

The post ୟୁକ୍ରେନକୁ ଘେରିଲା ରୁଷିଆ, ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ appeared first on Odisha Reporter.



from Odisha Reporter https://ift.tt/3a2LH8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages