ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁକୁ ଏନକାଉଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁକୁ ଏନକାଉଣ୍ଟର

କଟକ(ଓଡ଼ିଶା ରିପୋର୍ଟର): ଅପରାଧିଙ୍କ ବିରୋଧରେ ଆକ୍ସନ ମୁଡ଼କୁ ଆସିଲା କଟକ ପୁଲିସ୍‌। କମିଶନରେଟ୍  ପୁଲିସର ଏନକାଉଣ୍ଟରରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିବାରୁ ତାକୁ କଟକ ଏସ୍‌ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ରୁ ଅଧିକ ମାମଲା ରହିଛି ବୋଲି ପୁଲିସ୍‌ କହିଛି ।

ଗତକାଲି ସଂଧ୍ୟାରେ ବାରଙ୍ଗ ପାଖରେ କମିଶନରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ ଏବଂ ଦରଘାବଜାର ପୁଲିସ୍‌ ସହ ବାବୁର ମୁହାଁମୁହିଁ ହୋଇଥିଲା।  ପୁଲିସ୍‌ ତାକୁ ଧରିବାକୁ ଚେଷ୍ଟା କରିବାରୁ ବାବୁ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସ୍‌ ପାଲଟା ଗୁଳି କରିବାରୁ ବାବୁର ବାଁ ଗୋଡ଼ରେ ବାଜିଥିଲା । ତେବେ ଏନକାଉଣ୍ଟରରେ ଦରଘାବଜାର ଥାନା IIC ଓ ସ୍ପେଶାଲ ସ୍କ୍ୱାର୍ଡର ଜଣେ ହାବିଲଦାର ଆହତ ହୋଇଛନ୍ତି । ବାବୁ ପାଖରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

The post ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁକୁ ଏନକାଉଣ୍ଟର appeared first on Odisha Reporter.



from Odisha Reporter https://ift.tt/3e2L4OM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages