ସିଲ୍‌ ହେଲା ଡମଣା ହାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ସିଲ୍‌ ହେଲା ଡମଣା ହାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମ୍‌ସି।  ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି  ।

ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି । ଦୋକାନୀମାନଙ୍କୁ ମଧ୍ୟ ବିଏମ୍‌ସି ଟିମ୍ ତାଗିଦ କରିବା ସହ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି।  ।

ସେହିଭଳି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିଏମସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି  । ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ଗତକାଲିଠୁ  ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ,  ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଗତକାଲିଠୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି।

ବିଏମସି ପକ୍ଷରୁ  ଷ୍ଟୋର ପରିସରକୁ ତୁରନ୍ତ ସାନିଟାଇଜ୍ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଲ୍ ହୋଇଥିବା ସମୟରେ ଷ୍ଟୋର ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ ।

ବିଏମସି ଦ୍ୱାରା ଅଧିକୃତ ବ୍ୟକ୍ତିଙ୍କୁ ହିଁ ଷ୍ଟୋର ଭିତରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ। ଷ୍ଟୋରର କର୍ମଚାରୀମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ସଂକ୍ରମିତଙ୍କର ଚିକିତ୍ସା ଆବଶ୍ୟକ ପଡ଼େ ତା’ହେଲେ ବିଏମସିକୁ ସୂଚିତ କରିବା ନିମନ୍ତେ ଷ୍ଟୋର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବ୍ୟତୀତ ବିଏମସି ଗତକାଲି ଶହୀଦନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ଭୁବନେଶ୍ୱର କୋର୍ଟକୁ ସିଲ୍ କରିଥିବାବେଳେ ପୂର୍ବରୁ ଦୁଇ ନମ୍ବର ମାର୍କେଟ ବିଲିଡିଂକୁ ମଧ୍ୟ ସିଲ୍ କରିଥିଲା।

The post ସିଲ୍‌ ହେଲା ଡମଣା ହାଟ appeared first on Odisha Reporter.



from Odisha Reporter https://ift.tt/3e0VMWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages