ରାଞ୍ଚି: ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୁଲ୍ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବାପା-ମା’। ତାଙ୍କ ପରିବାରରେ ଏବେ ମହାମାରୀ କରୋନା ଆତଙ୍କ ଦେଖାଦେଇଛି। ତାଙ୍କ ବାପା-ମା’ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହେବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ପଲ୍ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଧୋନିଙ୍କ ବାପା ପାନ ସିଂହ ଧୋନି ଏବଂ ମା’ ଦେବିକା ଦେବୀଙ୍କୁ କରୋନା ଲକ୍ଷ ଦେଖାଦେବାରୁ ଉଭୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିଛି। ସେପଟେ ଡାକ୍ତରଙ୍କ କହିବା ଅନୁସାରେ, ମାହିଙ୍କ ମା’ ଓ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକୋ ଅଛି। ଉଭୟ ଅକ୍ସିଜେନ୍ ଲେଭଲ ମଧ୍ୟ ସଠିକ୍ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏଥିସହ ଆଗାମୀ କିଛି ଦିନ ମଧ୍ୟରେ ଧୋନିଙ୍କ ବାପା-ମା’ କରୋନା ସଂକ୍ରମଣରୁ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ଡାକ୍ତର ଆଶା ରଖିଛନ୍ତି।
ସୂଚନା ମୁତାବକ ବର୍ତ୍ତମାନ ଆଇପିଏଲ ମ୍ୟାଚ୍ ଚାଲିଛି। ଏଥିପାଇଁ ଧୋନି ମୁମ୍ୱାଇରେ ଅଛନ୍ତି । ବାପା ପାନ୍ ସିଂହ ସରକାରୀ ଚାକିରୀରୁ ଅବସର ନେବା ପରେ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି ।
ଦେଶରେ ସ୍ଥିତି ସଂଗୀନ ହେଉଥିବାବେଳେ ଝାଡଖଣ୍ଡରେ ବି ଦୈନିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି । ଫଳରେ ସେଠାରେ ଏକ ସପ୍ତାହ ପାଇଁ ଲକ୍ଡାଉନୋ ଘୋଷଣା କରିଛନ୍ତି ସରକାର। ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୨ ସକାଳ ୬ଟାରୁ ୨୯ ଏପ୍ରିଲ ସକାଳ ୬ ଯାଏଁ ଲକ୍ଡାଉନ ଘୋଷଣା କରାଯାଇଛି।
The post ହସ୍ପିଟାଲରେ ଭର୍ତ୍ତି ହେଲେ ଧୋନିଙ୍କ ବାପା-ମା’ appeared first on Odisha Reporter.
from Odisha Reporter https://ift.tt/2RQpynY
No comments:
Post a Comment