ନୂଆଦିଲ୍ଲୀ: ଜ୍ୱର ଔଷଧ ଭଳି ରାଜ୍ୟରେ ମହଜୁଦ ରଖ ରେମଡେସିବିର ମେଡିସିନ୍। ରେମଡେସିବିରର ଅଭାବ ଓ ଏହାର ଯୋଗାଣ ଉପରେ ନିୟନ୍ତ୍ରଣକୁ ନେଇ ସୋମବାର ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି। ଏଭଳି ସଙ୍କଟ ସମୟରେ ପାରାସିଟାମୋଲ ଭଳି ସମସ୍ତଙ୍କ ପାଇଁ ରେମଡେସିବିର ଔଷଧ ଉପଲବ୍ଧ କରାଇବାକୁ କୋର୍ଟ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଆସିବା ପୂର୍ବରୁ ତତ୍କାଳୀନ ଏହି ନିର୍ଦ୍ଦେଶ ପାଳନ କରିବାକୁ କୋର୍ଟ କହିଛନ୍ତି।
ରେମଡେସିବିରର ଅଭାବକୁ ନେଇ ହୋଇଥିବା ମାମଲାର ଶୁଣାଣି କରିବାବେଳେ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ ଭାର୍ଗବ କାରିଆ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ସରକାର ଲୋକଙ୍କୁ କ’ଣ ଆବଶ୍ୟକ ଏବଂ କେତେବେଳେ ଆବଶ୍ୟକ ତାହା ଉପରେ ଉଚିତ୍ ନୀତି ଆପଣାଇବା ଉଚିତ। କରୋନା ସମୟରେ ଲୋକଙ୍କ ସମସ୍ତ ବାଧାବିଘ୍ନକୁ ଦୂର କରିବା ଉଚିତ।
କୋର୍ଟ ଆହୁରି କହିଛନ୍ତି, ସରକାର ଅଧିକ ମୂଲ୍ୟରେ ଔଷଧ ବିକ୍ରି କରୁଥିବା ଲୋକଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ରେମଡେସିବିର ମେଡିସିନ୍ ସବୁ ସ୍ଥାନାରେ ଯେପରି ଉପଲବ୍ଧ ହେବ ସେଥିପ୍ରତି ସରକାର ନିଶ୍ଚିତ କରିବା ଉଚିତ। ଏଥିପାଇଁ ଯେପରି କାହାକୁ ଧାଡିରେ ଛଡା ହେବାକୁ ନପଡେ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବାକୁ ପଡିବ ବୋଲି ପ୍ରଧାନ ବିଚାରପତି ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଜରୁରୀକାଳିନ ପରିସ୍ଥିତିରେ ରେମଡେସିବିର ମେଡିସିନ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିବା ସରକାର କରିଥିବା ଅଭିଯୋଗକୁ ମଧ୍ୟ କୋର୍ଟ ଖଣ୍ଡନ କରିଛନ୍ତି। କୋର୍ଟ ଗୁଜରାଟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରତିଦିନ ୨୭ ହଜାରରୁ ଅଧିକ ରେମଡେସିବିର ଇଞ୍ଜେକସନ୍ ଆସୁଛି, ତାହା କୁଆଡେ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଗୋଟିଏ ଗୋଟିଏ ସ୍ଥାନରେ ହିଁ କାହିଁକି ରେମଡେସିବିର ଇଞ୍ଜେକସନ୍ ମିଳୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
The post `ଜ୍ୱର ଔଷଧ ଭଳି ମହଜୁଦ ରଖ ରେମଡେସିବିର’ appeared first on Odisha Reporter.
from Odisha Reporter https://ift.tt/2QlJM8o
No comments:
Post a Comment