ଯାବତୀୟ ଅନିୟମିତତାର ଗୁମର ଖୋଲିଲେ ସିଏଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଯାବତୀୟ ଅନିୟମିତତାର ଗୁମର ଖୋଲିଲେ ସିଏଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଏଜି ରିପୋର୍ଟକୁ ନେଇ ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ସୂଚନା ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ବିଭିନ୍ନ ଅନିୟମିତତା ନେଇ ସୂଚନା ଦେଲେ। ସମବାୟ ବ୍ୟାଙ୍କ କୃଷି ଋଣରେ ବ୍ୟାପକ ଅନିୟମିତତା ହୋଇଛି। ପୁରୁଣା ଋଣ ପରିଶୋଧ ପାଇଁ ଚାଷୀଙ୍କୁ ନୂଆ ଋଣ ଦିଆଯାଇଥିଲା।

ଏହା ବିଜ୍ଞ ଉପାୟ ନଥିଲା। ଚାଷୀ ଚିରସ୍ଥାୟୀ ଋଣୀ ହେବା ଆଶଙ୍କା ରହିଛି। ସେହିପରି କିଷାନ କ୍ରେଡିଟ୍ କାର୍ଡକୁ ନେଇ ସଙ୍ଗୀନ ତଥ୍ୟ ରଖିଛନ୍ତି ପ୍ରିନ୍ସପାଲ ଏଜି। ସେ କହିଛନ୍ତି ଯେ, ଚାଷୀଙ୍କୁ ନ ପଚାରି କିଷାନ କ୍ରେଡିଟ୍ କାର୍ଡ ତିଆରି ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ବଣ୍ଟା ନହେବାରୁ ଏକ୍ସପାଏରୀ ହୋଇଥିଲା। କିଷାନ କ୍ରେଡିଟ୍ କାର୍ଡ ଏକ୍ସପାଏରୀ ଯୋଗୁଁ ରାଜକୋଷ ଉପରେ ବୋଝ ପଡ଼ିଛି।

ରାଜକୋଷ ଉପରେ ୧୭ କୋଟି ୪୩ ଲକ୍ଷ ଟଙ୍କାର ଅତିରିକ୍ତ ବୋଝ ପଡ଼ିଛି। ବିଜୁ ଗାଁ ଗାଡ଼ି ଯୋଜନା ଲକ୍ଷ୍ୟ ପୂରଣରେ ସରକାର ବିଫଳ ହୋଈଛନ୍ତି। ସମନ୍ୱୟର ଅଭାବ, ଯାତ୍ରୀ ସଂଖ୍ୟା ବିଚାରକୁ ନନେବାରୁ ଯୋଜନା ବିଫଳ ହୋଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳର ସବୁ ଚିହ୍ନଟ ରୁଟ୍‌ରେ ଗାଡ଼ି ଚଳାଚଳ କରିପାରିନି।

ପରମିଟ୍ ଫି ବାବଦରେ ୬୭ ଲକ୍ଷ ୬୧ ହଜାର ଟଙ୍କା ଟିକସ ଛାଡ଼ ହୋଇଛି। OPTCL ଦ୍ୱାରା ଟ୍ରାନ୍ସଫର୍ମର କିଣାରେ ବି ଅନିୟମିତତା ହୋଇଥିବା କହିଛନ୍ତି ସିଏଜି। ଟ୍ରାନ୍ସଫର୍ମର କିଣାରେ ୧୭୩.୯୫ କୋଟିର ଅନିୟମିତତା ହୋଇଛି। ଇଡ୍‌କୋର କାର୍ଯ୍ୟ ଦକ୍ଷତାକୁ ନେଇ CAG ରିପୋର୍ଟରେ ଉଠିଲା ପ୍ରଶ୍ନ। ଇଡ୍‌କୋ ୧ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ଲକ୍ଷ୍ୟ ପୂରଣ କରିପାରିନ ନଥିବା ସିଏଜି ରିପୋର୍ଟ ଦେଇଛନ୍ତି।

The post ଯାବତୀୟ ଅନିୟମିତତାର ଗୁମର ଖୋଲିଲେ ସିଏଜି appeared first on Odisha Reporter.



from Odisha Reporter https://ift.tt/2OkEcm1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages