ରାତି ଅଧରେ ବିସ୍ଫୋରଣ; ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ରାତି ଅଧରେ ବିସ୍ଫୋରଣ; ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ଓଡିଶା-ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ କରି ଟ୍ରେନ ଲାଇନ ଉଡ଼ାଇ ଦେଲେ ମାଓବାଦୀ । ବିସ୍ଫୋରଣରେ ୨ରୁ ଅଢେଇ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଯୋଗୁଁ ମୁମ୍ବାଇ-ହାୱଡ଼ା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ବହୁ ଟ୍ରେନ୍‌ ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ଖବରପାଇ ଘଟଣାସ୍ଥଳରେ RPF , ଝାରଖଣ୍ଡ ପୁଲିସ୍‌, CRPF ଯବାନ ପହଞ୍ଚି ଆଖପାଖ ଜଙ୍ଗଲ ଏରିଆରେ କୁମ୍ବିଙ୍ଗ ଅପରେସନ ଜାରି ରଖିଛନ୍ତି । ଏବେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାରୁ ରାଉରକେଲା ରେଳ ଷ୍ଟେସନରେ କିଛି ଟ୍ରେନ ଅଟକି ରହିଛି । ରେଳ ଲାଇନର ମରାମତି ଯୁଦ୍ଧ କାଳୀନ ଭିତ୍ତି ରେ ଚାଲୁ ରହିଛି।

ବିସ୍ଫୋରଣ ଅଞ୍ଚଳରେ ମରାମତି ଚାଲିଛି।

ଟ୍ରେନ୍‌ ଲାଇନ୍‌ରେ ଶକ୍ତିଶାଳି ବିସ୍ଫୋରଣ ଯୋଗୁ ପ୍ରଭୂତ କ୍ଷୟକ୍ଷତି ଘଟିଛି। ଅନ୍ୟ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପାଇଁ ଚେଷ୍ଟା କରାଯାଉଛି। । ଝାଡ଼ଖଣ୍ଡ ପୁଲିସ୍‌, ଆରପିଏଫ ପକ୍ଷରୁ ଘଟଣାସ୍ଥଳକୁ କଡର୍ନ କରି ସର୍ଚ୍ଚ ଅପରେସେନ ଆରମ୍ଭ ହୋଇଯାଇଛି। ରେଳ ଲାଇନ୍‌ ମରାମତି ପାଇଁ ଚେଷ୍ଟା କରାଯାଉଛି। ବହୁ ଟ୍ରେନ୍ ଉଭୟ ପାର୍ଶ୍ୱରେ ଅଟକି ରହିଛି।

ସୂଚନାଯୋଗ୍ୟ, ଛତିଶଗଡ଼ ବସ୍ତରରେ ଚାଲିଥିବା ପୁଲିସ୍‌ ଅପରେସନ ବିରୋଧରେ ଓ କିଷାନ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ତେଣୁ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ବେଳେ ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟି କରି ନାହାନ୍ତି।  କ୍ଷତିଗ୍ରସ୍ତ ହୋଇଥିବା ଟ୍ରେନ୍‌ ଲାଇନ୍‌ ଆଖପାଖ ଅଞ୍ଚଳକୁ ସିଜ୍‌ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଏନେଇ ରେଳବାଇ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇଛି।

The post ରାତି ଅଧରେ ବିସ୍ଫୋରଣ; ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର appeared first on Odisha Reporter.



from Odisha Reporter https://ift.tt/3sStGjS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages