ଋଣ ସୁଝିଲା ଆମେରିକା, ଭାରତକୁ ପଠାଇଲା ଅକ୍ସିଜେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଋଣ ସୁଝିଲା ଆମେରିକା, ଭାରତକୁ ପଠାଇଲା ଅକ୍ସିଜେନ୍

ନୂଆଦିଲ୍ଲୀ: ରବିବାର ଆମେରିକା ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଉଭୟ ଫୋନ୍ ଜରିଆରେ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିଥିଲେ। ପରେ କୋଭିଶିଲ୍ଟ ଟିକା ନେଇ ଆମେରିକା ଯେଉଁ ପ୍ରତିବନ୍ଧକ ଲଗାଇଥିଲା ତା ଉପରୁ ଭାରତ ପାଇଁ ପ୍ରତିବନ୍ଧକ ହଟାଇଛି। ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଆମେରିକାର ଏହି ସହଯୋଗ ପରେ ଭାରତରେ ଏବେ କୋଭିଶିଲ୍ଡ ଟିକା ଅଧିକରୁ ଅଧିକ ଉତ୍ପାଦନ ହେବା ନେଇ ବାଟ ଫିଟିଛି। ତେବେ ଜାକେ ସୁଲିଭାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ମିଷ୍ଟର ପ୍ରେସିଡେଣ୍ଟ ଜୋ ବାଇଡନ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ।

ନିକଟରେ ଆମେରିକା କରୋନା ପାଇଁ ଅଧିକ ପ୍ରଭାବିତ ହୋଇଥିଲା। ଏହି ସମୟରେ ଭାରତ ସମସ୍ତ ପ୍ରକାର ସହଯୋଗ କରଥିଲା ଆମେରିକାକୁ। ଏବେ ଭାରତର ସ୍ଥିତି ଖରାପ ରହିଥିବାରୁ ଏବେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବା ପ୍ରସ୍ତୁତ ବୋଲି ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି।

ସେହିପରି ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ଭାରତ କରୋନା ମହାମାରୀ ଦେଇ ଗତି କରୁଛି। ସ୍ଥିତି ଉଦବେଦଗ ଜନକ ରହିଛି। ଏଭଳି ସ୍ଥିତିରେ ଭାରତ ସରକାର ସହିତ ମିଶି ଆମେରିକା କାମ କରିବ। ଭାରତକୁ ଅତିରିକ୍ତ ସହାୟତା ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଣକୁ ଆମେରିକା ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆମେରିକା ପ୍ରାର୍ଥନା କରୁଛି।

ଆମେରିକା ସରକାରର ଦୁଇ ମୁଖିଆଙ୍କ ଟ୍ୱିଟ୍ ପରେ ଆମେରିକାରେ ଥିବା ଭାରତ ସରକାରଙ୍କ ପ୍ରତିନିଧି କହିଛି, ରବିବାର ସକାଳେ ଆମେରିକା ସରକାର ଭାରତକୁ ୩୦୦ଟି ଅକ୍ସିଜେନ କନସେନଟ୍ରେଟର୍ସ ପଠାଇଛି। ଜନ୍ ଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ଏୟାର ଇଣ୍ଡିଆର A102 ବିମାନରେ ୫ ଟନର ଅକ୍ସିଜେନ ପ୍ଲାଣ୍ଟ ପଠାଯାଇଛି। ଆଜି ଏହି ସବୁ ସ୍ୱାସ୍ଥ୍ୟ ଉପକରଣ ପହଞ୍ଚିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆମେରିକାର ଡେନାଲ଼୍ ଟ୍ରମ୍ପ ସରକାର ଥିବା ବେଳେ କୋଭିଡର ପ୍ରଥମ ଲହରରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ଚିକିତ୍ସା ପାଇଁ ପାରାସିଟାମଲ ଔଷଧର ଅଧିକ ଆବଶ୍ୟକତା ଥିଲା। ଆଉ ଭାରତ ସରକାର ସେ ସମୟରେ ଆମେରିକା ସମେତ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶକୁ ପାରାସିଟାମଲ ସହିତ ଅନେକ ଔଷଧ ପଠାଇଥିଲା। ଏବେ ଆମେରିକା ଭାରତକୁ କୋଭିଶିଲ୍ଟ ପାଇଁ କଞ୍ଚାମାଲ, ଅକ୍ସିଜେନ ଆଦି ପଠାଇ ଭାରତର ଋଣ ଏକ ପ୍ରକାର ସୁଝିବା ପାଇଁ ପ୍ରୟାସ କରିଛି।

The post ଋଣ ସୁଝିଲା ଆମେରିକା, ଭାରତକୁ ପଠାଇଲା ଅକ୍ସିଜେନ୍ appeared first on Odisha Reporter.



from Odisha Reporter https://ift.tt/3dO8reS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages