ଆହୁରି ସାଂଘାତିକ ହେଉଛି କରୋନା, ୩.୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଆହୁରି ସାଂଘାତିକ ହେଉଛି କରୋନା, ୩.୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ସର୍ବକାଳୀନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ସକାଳ ୮ଟାରୁ ସୋମବାର ୮ଟା ମଧ୍ୟରେ ଦେଶରେ ୩.୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ୩ ହଜାର ପାଖାପାଖି ରହିଛି। ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ସାରା ଦେଶ ପାଇଁ ଚିନ୍ତାଜନକ ପାଲଟିଛି। ଅନ୍ୟପଟେ ଦେଶରେ କ୍ରମାଗତ ଭାବରେ ପଞ୍ଚମ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହିଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଗତକାଲିର ରିପୋର୍ଟ ଅନୁଯାୟୀ ଦେଶରେ ସର୍ବାଧିକ ୩ଲକ୍ଷ ୪୯ ହଜାର ୬୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ

କେନ୍ଦ୍ର ସରକାଙ୍କ ସୂଚନା ଅନୁଯାୟୀ ସାରା ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଛି। ସେହିପରି ବିଗତ ୨୪ ଘଣ୍ଟାରେ ୨୮୧୨ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତକଙ୍କ ସଂଖ୍ୟାକୁ ମିଶାଇଲେ ସାରା ଦେଶରେ ୧,୯୫,୧୨୩ ଜଣ ଏହି ମହାମାରୀରେ ଏଯାବତ ମୃତ୍ୟୁ ବରଣ କରିଛନ୍ତି। ଏବେ ଭାରତରେ ୨୮,୧୩,୬୫୮ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି ବିଗତ ୨୪ ଘଣ୍ଟାରେ ୨,୧୯,୨୭୨ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ୧,୪୩,୦୪,୩୮୨ ଜଣ ଏଯାବତ ଆରୋଗ୍ୟ ହୋଇଛନ୍ତି।

ସାରା ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କରୋନା ଟେଷ୍ଟ ଏବଂ ଟିକାକରଣକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର।
ରବିବାର ଆଇସିଏମଆରର ରିପୋର୍ଟ ଅନୁଯାୟୀ ରବିବାର ୧୪,୦୨,୩୬୭ଟି ଟେଷ୍ଟ ହୋଇଥିବା ବେଳେ ଏଯାବତ ୨୭,୯୩,୨୧,୧୭୭ଟି କରୋନା ନମୁନା ପରୀକ୍ଷା ହୋଇଛି। ସେହିପରି ଏଯାବତ ଦେଶରେ ୧୪,୧୯,୧୧,୨୨୩ ଜଣ ଟିକାକରଣ ହୋଇଛନ୍ତି।

The post ଆହୁରି ସାଂଘାତିକ ହେଉଛି କରୋନା, ୩.୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3sSRDYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages