ଉପରମୁହାଁ ମୃତ୍ୟୁ ଗ୍ରାଫ୍‌; ରାଜ୍ୟରେ ଆଖି ବୁଜିଲେ ୧୪ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ଉପରମୁହାଁ ମୃତ୍ୟୁ ଗ୍ରାଫ୍‌; ରାଜ୍ୟରେ ଆଖି ବୁଜିଲେ ୧୪ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ମୃତ୍ୟୁ ଗ୍ରାଫ ମଧ୍ୟ ଉପରମୁହାଁ ରହିଛି। ଗତକାଲି ୧୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଆଜି ରାଜ୍ୟରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।

୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାତ ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ  ଆଖି ବୁଜିଛନ୍ତି।  ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଓ ବୁଧବାର ରାଜ୍ୟରେ ୧୦ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୨ ଛୁଇଁଥିବା ବେଳେ ଆଜି ୧୪ ଛୁଇଁଛି।

The post ଉପରମୁହାଁ ମୃତ୍ୟୁ ଗ୍ରାଫ୍‌; ରାଜ୍ୟରେ ଆଖି ବୁଜିଲେ ୧୪ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3e2zF1C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages