କୋଲକାତାରେ ସମାବେଶ କରିବେନି ମମତା, ବାକି ସ୍ଥାନରେ ୩୦ ମିନିଟ୍‌ ଭିତରେ ସାରିବେ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

କୋଲକାତାରେ ସମାବେଶ କରିବେନି ମମତା, ବାକି ସ୍ଥାନରେ ୩୦ ମିନିଟ୍‌ ଭିତରେ ସାରିବେ ପ୍ରଚାର

କୋଲକାତା: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହାର ପ୍ରଭାବ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଚାଲିଥିବା ପ୍ରଚାର ଉପରେ ପଡ଼ିଛି। ରବିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ସମାବେଶକୁ ବାତିଲ କରିଥିଲେ।

ଏବେ ମମତା ବାନାର୍ଜୀ ଅନୁରୂପ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ କୋଲକାତାରେ କୌଣସି ସମାବେଶ କରିବେ ନାହିଁ। ସେହିପରି ବାକି ସମସ୍ତ ଜିଲ୍ଲାରେ ନିଜର ପ୍ରଚାର କାର୍ଯ୍ୟକ୍ରମ ୩୦ ମିନିଟ୍‌ ମଧ୍ୟରେ ଶେଷ କରିବେ।
କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉଛି। ଏଥିପାଇଁ ଚାଲିଥିବା ପ୍ରଚାର ଓ ସମାବେଶରେ ହଜାର ହଜାର ଲୋକ ଯୋଗଦେଉଛନ୍ତି। ତେବେ କାହା ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତାକୁ ସମସ୍ତେ ଭୁଲି ଯାଉଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ନିଜ ପ୍ରଚାରରେ କାଟଛାଣ୍ଟ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ କହିଛନ୍ତି, “ମମତା ବାନାର୍ଜୀ ଆଉ କୋଲକାତାରେ ପ୍ରଚାର କରିବେ ନାହିଁ। ପ୍ରଚାର ଶେଷ ଦିନ ଅର୍ଥାତ ଏପ୍ରିଲ ୨୬ରେ କେବଳ ଗୋଟିଏ ପ୍ରତିକାତ୍ମକ ବୈଠକ କୋଲକାତାରେ ହେବ। ସେହିପରି ସମସ୍ତ ଜିଲ୍ଲାରେ ସେ ତାଙ୍କର ପ୍ରଚାରକୁ ୩୦ ମିନିଟ୍‌କୁ ହ୍ରାସ କରିଛନ୍ତି। ଏହାର ଅର୍ଥ ସମସ୍ତ ପ୍ରଚାର ୩୦ ମିନିଟ୍‌ ମଧ୍ୟରେ ରହିବ।”

ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ପଶ୍ଚିମବଙ୍ଗରେ ମଧ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ରବିବାର ରାଜ୍ୟରେ ରେକର୍ଡ ୮,୪୧୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୫୯,୯୨୭କୁ ବୃଦ୍ଧି ପାଇଛି।


ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ମମତା ବାନାର୍ଜୀ କହିଥିଲେ, ତାଙ୍କ ଦଳ କୋଲକାତାରେ ଛୋଟ ବୈଠକ କରିବ। ସେହିପରି ବାକି ୩ଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସେ ଖୁବ କମ ଭାଷଣ ଦେବେ। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗରେ ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି। ଆଗକୁ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ରହିଛି। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି।

ବଡ଼ବଡ଼ ସଭା ଠାରୁ ଆରମ୍ଭ କରି ରୋଡ ଶୋ’ରେ ପଶ୍ଚିମବଙ୍ଗ ଉଠୁଛୁ ପଡ଼ୁଛି। ତେବେ ସମାବେଶରେ ଯୋଗ ଦେଉଥିବା ଲୋକମାନେ ବିନା ମାସ୍କରେ ଉପସ୍ଥିତ ରହୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

୫ଟି ପର୍ଯ୍ୟାୟ ନିର୍ବାଚନ ପରେ ଭାରତୀୟ ନିର୍ବାଚନ କମିଶନ ନୂଆ ନିୟମ ଜାରି କରିଛନ୍ତି। ଭୋଟ ଦାନର ୩ ଦିନ ପୂର୍ବରୁ ରାଜନୀତିକ ସମାବେଶ ଓ ପ୍ରଚାର କାର୍ଯ୍ୟକ୍ରମ ବନ୍ଦ ହେବ। ସେହିପରି ରାଜନୀତିକ ଦଳ ଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏ ହିଁ ପ୍ରଚାର କରିପାରିବେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

The post କୋଲକାତାରେ ସମାବେଶ କରିବେନି ମମତା, ବାକି ସ୍ଥାନରେ ୩୦ ମିନିଟ୍‌ ଭିତରେ ସାରିବେ ପ୍ରଚାର appeared first on Odisha Reporter.



from Odisha Reporter https://ift.tt/3st955F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages