କୋଲକାତାରେ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

କୋଲକାତାରେ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନିର୍ବାଚନ ରାଲିରେ କୋଭିଡ୍ ନିୟମ କେହି ମାନୁ ନାହାନ୍ତି। ମଙ୍ଗଳବାର କୋଲକାତା ହାଇକୋର୍ଟ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ କମିଶନଙ୍କୁ ତାଗିଦ କରିଥିଲେ। ଏହାପରେ କୋଲକାତା ସ୍ଥିତ ରାଜ୍ୟ ନିର୍ବାଚନ କମିଶନର ଆରିଜ ଅଫତାବ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏପ୍ରିଲ ୧୬ରେ ଏହି ବୈଠକ ବସିବ।

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ମୋଟ୍ ୪ଟି ପର୍ଯ୍ୟାୟରେ ମତଦାନ ହୋଇଛି। ଏବେ ବାକି ରହିଥିବା ନିର୍ବାଚନୀ ପ୍ରଚାର ଓ ମତଦାନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ପ୍ରଚାର ବେଳେ କୋଭିଡ୍ ନିୟମ ପାଳନ କରିବା ନେଇ ଏହି ବୈଠକରେ ଆଲୋଚନା ହେବ। ପୁଲିସ ଏଡିଜି ଜଗ ମୋହନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏନ ଏସ ନିଗମ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ଏପ୍ରିଲ୍ ୧୩ରେ, କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟିବିଏନ୍ ରାଧାକ୍ରିଷ୍ଣନ୍ନଙ୍କ ବେଞ୍ଚ ଦୁଇଟି ପିଆଇଏଲ୍ ଶୁଣାଣି କରିଥିଲେ। ଯେଉଁଥିରେ କୋଭିଡ୍ ନିୟମ ପାଳନ କରିବା ପାଇଁ ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ ମୁଖ୍ୟ ବିଚାରପତି। ସମସ୍ତ ଜିଲ୍ଲାର ମାଜିଷ୍ଟ୍ରେଟଙ୍କୁ ଏହି ନିର୍ଦ୍ଦେଶ କଡାକଡି ପାଳନ କରିବାକୁ ହେବ। ଆବଶ୍ୟକ ସ୍ଥଳରେ ପୁଲିସ୍ ମୁତୟନ କରିବାକୁ ହାଇକୋର୍ଟ କହିଥିଲେ। ବେଞ୍ଚ କହିଥିଲେ ଆମେ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛୁ ଏବଂ ଏଥିପାଇଁ ଅସାଧାରଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ହିତକୁ ନଜରରେ ରଖି ପ୍ରଶାସନ ସୁନିଶ୍ଚିତ କରିବା ଦରକାର ଯେ ନିର୍ବାଚନ ପ୍ରଚାର ବେଳେ କୋଭିଡ ସହ ଜଡିତ ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ପାଳନ ହେଉଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, ଛତିଶଗଡ଼, ୟୁପି, ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୫ ହଜାର ୮୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମୋଟ୍ ଚିକିତ୍ସାଧୀନଙ୍କ ସଂଖ୍ୟା ୩୨ ହଜାର ୬୨୧ ଛୁଇଁଛି।

The post କୋଲକାତାରେ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ କମିଶନ appeared first on Odisha Reporter.



from Odisha Reporter https://ift.tt/2PWEPmI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages