ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍‌ପିଟାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍‌ପିଟାଲ୍‌

ସମ୍ବଲପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ। ଭୀମସାରର ନବନିର୍ମିତ ମେଡିସିନ ୱାର୍ଡରେ ଏହି ହସ୍‌ପିଟାଲ୍‌ ଖୋଲାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ଏଠାରେ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କୋଭିଡ୍‌ ସ୍ଥିତି ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ୧୦ ଦିନ ଭିତରରେ ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍‌ପିଟାଲ୍ ପ୍ରସ୍ତୁତ ହୋଇଯିବ। ଏଠାରେ ୩୦୦ଟି ବେଡ୍‌ ରହିବ। ସେଥିମଧ୍ୟରୁ ୨୫୦ଟି ସାଧାରଣ ବେଡ୍‌ ରହିବ। ଏଥିରେ ଅକ୍ସିଜେନ୍ ବ୍ୟବସ୍ଥା ରହିବ। ବାକି ୫୦ଟି ବେଡ୍‌ ଆଇସିୟୁରେ ରହିବ।

ସେ କହିଛନ୍ତି, ଭୀମସାରରେ ପୂର୍ବର ଥିବା କୋଭିଡ୍ ହସ୍ପିଟାଲର ଆଇସିୟୁରେ ୨୦ଟି ବେଡ୍ ରହିଛି। ଏବେ ଆଇସିୟୁରେ ଆଉ ୩୦ଟି ବେଡ୍‌ର ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ୧୭୫ଟି ସାଧାରଣ ବେଡ୍‌ ରହିଛି। କେବଳ ଭୀମସାରରେ ୫୨୫ଟି ବେଡ୍‌ ପ୍ରସ୍ତୁତ ରଖିବାକୁ ଆମେ ଚେଷ୍ଟା କରୁଛୁ।

ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ଆମେ ବରଗଡ଼ ଓ ଝାରସୁଗୁଡ଼ାର ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କଲୁ। ଏବେ ସବୁଠି ଆବଶ୍ୟକ ପରିମାଣର ଔଷଧ ଓ ଅନ୍ୟାନ୍ୟ ଉପକରଣ ମହଜୁଦ ରହିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଦ୍ରୁତଗତିରେ ସଂକ୍ରମଣ ବଢୁଥିବାରୁ ତାକୁ ଦୃଷ୍ଟିରେ ରଖି ଆମେ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବୁ। ଯେମିତି ବହୁ ପରିମାଣରେ ବେଡ୍‌, ଆଇସିୟୁ ଓ ଭେଣ୍ଟିଲେଟର ଆଦି ଉପଲବ୍ଧ ରହିବ ଏବଂ କୌଣସି ପ୍ରକାର ଅସୁବିଧା ହେବନି, ସେଥିପ୍ରତି ଦୃଷ୍ଟି ଦିଆଯିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର, ଡିଏମ୍‌ଇଟି ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱର ସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଏହି ନିଷ୍ପତ୍ତି ନେଇଛି। ଏଠାରେ ୧୫୦ଟି ଶଯ୍ୟା ଥିବା ବେଳେ ସମ୍ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୨୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୨୦ ଓ ଝାରସୁଗୁଡ଼ାରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାର ଆଉ ଦୁଇ ଜିଲ୍ଲା ବଲାଙ୍ଗୀର ଓ ନୂଆପଡ଼ାରୁ ଯଥାକ୍ରମେ ୯୩ ଓ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍‌ପିଟାଲ୍‌ appeared first on Odisha Reporter.



from Odisha Reporter https://ift.tt/3a9vxut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages