ଏନଟିପିସିରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସର୍ବାଧିକ ଦରମା ୭୧ ହଜାର ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ଏନଟିପିସିରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସର୍ବାଧିକ ଦରମା ୭୧ ହଜାର ଟଙ୍କା

ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ ବା ଏନଟିପିସିରେ ଏକଜିକ୍ୟୁଟିଭ୍ ଏବଂ ସ୍ପେଶାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାହିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଏନଟିପିସି (NTPC)ର ଅଫିସିଆଲ୍ ସାଇଟ (Welcome to NTPC | Recruitment (ntpccareers.net))କୁ ଯାଇ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଏପ୍ରିଲ୍ ୧୫ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ମୋଟ୍ ୩୫ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।

 

ଏନଟିପିସି ବିଜ୍ଞପ୍ତି

ଏକଜିକ୍ୟୁଟିଭ (ସେଫଟି): ୨୫ଟି ପଦବୀ

ଏକଜିକ୍ୟୁଟିଭ (ଆଇଟି – ଡାଟା ସେଣ୍ଟର। ଡାଟା ରିକୋଭରୀ: ୮ଟି ପଦବୀ

ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ସୋଲାର): ଗୋଟିଏ ପୋଷ୍ଟ

ବିଶେଷଜ୍ଞ (ସୋଲାର): ଗୋଟିଏ ପୋଷ୍ଟ

 

ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତି କମରେ ୬୦ ପ୍ରତିଶତ ମାର୍କ ରଖିଥିବେ। ସେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ, କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ ବିଟେକ୍ ପାସ କରିଥିବେ। ଏହି ଏକଜିକ୍ୟୁଟିଭ ପଦବୀ ପାଇଁ ବୟସ ସର୍ବନିମ୍ନ ବୟସ ସୀମା ୩୫ ରହିଥିବା ବେଳେ ବରିଷ୍ଠ ଏକଜିକ୍ୟୁଟିଭ ପଦବୀ ପାଇଁ ସର୍ବାଧିକ ୪୫ ବର୍ଷ ଏବଂ ବିଶେଷଜ୍ଞ ପଦବୀ ପାଇଁ ୫୫ ବର୍ଷ ରହିଛି।

ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ମାସିକ ଦରମା ୭୧,୦୦୦ ଟଙ୍କା ରହିବ। ବରିଷ୍ଠ କାର୍ଯ୍ୟନିର୍ବାହୀ ସୋଲାର ଏବଂ ବିଶେଷଜ୍ଞଙ୍କ ଦରମା ଅଭିଜ୍ଞତା ଏବଂ ଦକ୍ଷତା ଉପରେ ନିର୍ଭର କରିବ। ଏହା ବ୍ୟତୀତ ଚିକିତ୍ସା ସୁବିଧା ଏବଂ ଏଚଆରଏ ନହେଲେ କମ୍ପାନୀ ଘର ଯୋଗାଇ ଦେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଅଫିସିଆଲ୍ ୱେବସାଇଟ୍ Welcome to NTPC | Recruitment (ntpccareers.net)କୁ ଯାଇ ଆବେଦନ କରିବା ପାଇଁ ଜେନେରାଲ / ଓବିସି / ଇଡବ୍ଲ୍ୟୁସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ 300 ଟଙ୍କା ଏବଂ ବାକି ଶ୍ରେଣୀର ପ୍ରାର୍ଥୀ ଏସସି / ଏସଟି / ପିଡବ୍ଲ୍ୟୁଡି / ଏକ୍ସଏସଏମ ପାଇଁ ଆବେଦନ ଶୁଳ୍କ ମାଗଣା ରହିଛି।

The post ଏନଟିପିସିରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି, ସର୍ବାଧିକ ଦରମା ୭୧ ହଜାର ଟଙ୍କା appeared first on Odisha Reporter.



from Odisha Reporter https://ift.tt/2Q9h2PY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages