ମୁମ୍ବାଇ: ଦେଶରେ ଏବେ କରୋନା ଉଗ୍ର ରୂପ ନେଇଛି। ଚାରିଆଡେ ବ୍ୟାପି ଚାଲିଛି ଏହି ମହାମାରୀ। ଏଭଳି ସ୍ଥିତିରେ ସେଲେବ୍ରିଟିମାନେ ରାଜ୍ୟ ଛାଡି ବାହାରକୁ ପଳାଇ ଯାଉଛନ୍ତି। କିଏ ଭେକେସନରେ ଗୋଆ ଚାଲି ଯାଉଛି ତ ଆଉ କିଏ ମଲଦୀପ। ଏବେ ଏହି ତାଲିକାରେ ବଲିଉଡର ବାଦ୍ଶାହ ଶାହରୁଖ ଖାନ୍ଙ୍କ ନାଁ ଯୋଡି ହୋଇଛି। ରାତାରାତି ମୁମ୍ବାଇ ଛାଡି ବିଦେଶ ପଳାଇଛନ୍ତି ଶାହାରୁଖଙ୍କ ପରିବାର।
ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ବୁଧାବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏଦୁହେଁ ହଠାତ୍ ମୁମ୍ବାଇ ଛାଡି ବିଦେଶକୁ ଉଡିଯାଇଛନ୍ତି। ନ୍ୟୁୟର୍କ ଯିବା ପାଇଁ ଉଭୟ ଫ୍ଲାଇଟ୍ ଧରିଥିଲେ। ଦୁହିଁଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଭଡକି ଯାଇଛନ୍ତି। ସୋଶାଲ ମିଡିଆରେ ଶାହାରୁଖଙ୍କ ପରିବାର ଉପରେ ଜୋରଦାର ବର୍ଷିଛନ୍ତି ପ୍ରଶଂସକ। ଏଥିସହ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।
ଦେଶରେ କରୋନା ସ୍ଥିତି ଚିନ୍ତାଜନକ ଥିବା ବେଳେ ସେଲେବ୍ରିଟିମାନେ ରାଜ୍ୟ ଛାଡି ବିଦେଶ ଯିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା କାଳରେ ଯାତ୍ରା ନ କରିବା ପାଇଁ ପ୍ରଶଂସକମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, `ସେଲେବ୍ରିଟିମାନେ କେବଳ ନାମକୁ ମାତ୍ର ଭାରତୀୟ, ଦେଶ ଉପରକୁ ଯେତେବେଳେ କୌଣସି ସଙ୍କଟ ମାଡି ଆସେ ସେତେବେଳେ ଏମାନେ ଦେଶ ଛାଡି ପଳାୟନ କରୁଛନ୍ତ।’
ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି, ଲକଡାଉନ୍ କେବଳ ସାଧାରଣ ଲୋକଙ୍କ ପାଇଁ କି? ଏମାନେ ତ ପୁରା ଦେଶ ବୁଲୁଛନ୍ତି, ଏମାନଙ୍କ ପାଇଁ କିଛି ଲକଡାଉନ୍ ନିୟମ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଏଭଳି ସେଲେବ୍ରିଟିମାନଙ୍କୁ ଦେଶରୁ ବାହାର କରିଦେବା ଉଚିତ୍ ବୋଲି କହିଛନ୍ତି।
ସୂଚନା ମୁତାବକ, ଶାହାରୁଖ ଖାନ୍ଙ୍କ ଝିଅ ସୁହାନା ଖାନ୍ ଏବେ ନ୍ୟୁୟର୍କରେ ଏକା ଅଛନ୍ତି। ସେ ସେଠାରେ ରହି ପାଠ ପଢ଼ୁଛନ୍ତି। କରୋନା କାଳରେ ଭାଇ ଆର୍ଯ୍ୟନ୍ ଓ ମା’ ଗୌରୀ ତାଙ୍କୁ ଦେଖିବାକୁ ତାଙ୍କ ପାଖକୁ ବୁଧବାର ଦିନ ଯାଇଛନ୍ତି।
View this post on Instagram
The post ବ୍ୟାପୁଛି କରୋନା, ରାତାରାତି ବିଦେଶ ପଳାଇଲେ ଶାହାରୁଖଙ୍କ ପରିବାର! appeared first on Odisha Reporter.
from Odisha Reporter https://ift.tt/2PeaKyw
No comments:
Post a Comment