ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ନବୀନ ନିବାସ ଆଗରେ ପ୍ରତିବାଦ କରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ। ସେମାନେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ। ସେମାନେ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ନଥିବାରୁ ସେମାନେ ସେମାନଙ୍କ ଦାବିପତ୍ରକୁ ତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଫେରି ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଏହି ଛାତ୍ରଛାତ୍ରୀମାନେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ତେବେ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ସେମାନେ ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଥିଲେ।
ଏହି ଛାତ୍ରଛାତ୍ରୀମାନେ କହିଛନ୍ତି, ସିବିଏସ୍ଇ ଓ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିସାରିଛନ୍ତି। ତେଣୁ ବିଏସ୍ଇ (ମାଧ୍ୟମିକ ଶିକ୍ଷା ପରିଷଦ)ର ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରାଯାଉ। ଯଦି ପରୀକ୍ଷା ହେବ ସମସ୍ତଙ୍କର ହେଉ। ଯଦି ନହେବ ତା’ହେଲେ କାହାର ନ ହେଉ। ପାତର ଅନ୍ତର କରା ନଯାଉ। ସରକାର ଏନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ଏମିତିକି ସରକାର ଦୁଇ ଦିନ ଭିତରେ କିଛି ନିଷ୍ପତ୍ତି ନନେଲେ ସେମାନେ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
The post ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ appeared first on Odisha Reporter.
from Odisha Reporter https://ift.tt/3uXIpvs
No comments:
Post a Comment