ଆଜି ରାତି ୮ରୁ ଶ୍ରୀମନ୍ଦିର ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଆଜି ରାତି ୮ରୁ ଶ୍ରୀମନ୍ଦିର ପ୍ରବେଶ ମନା

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ଦେଖି ଆଜିଠାରୁ ପୁରୀ ସମେତ ୨୦ ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଛି। ରାତି ୯ଟା କର୍ଫ୍ୟୁ ଲାଗୁ ହେଉଥିବାରୁ ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା କରାଯାଇଛି। ସେହିପରି ଶ୍ରୀ ମନ୍ଦିର ଭିତରେ ଥିବା ଶ୍ରଦ୍ଧାଳୁମାନେ ରାତି ସାଢ଼େ ୮ଟା ସୁଦ୍ଧା ପଳାଇ ଆସିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପିଲ୍‌ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି, ଏପ୍ରିଲ ୧୯ ତାରିଖଠାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଅନ୍ୟ ଦିନରେ ଭକ୍ତମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ବାହାର କାଠ ପାଖରେ ଦର୍ଶନ କରିବେ। ସେପଟେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ମାସ୍କ ଓ ସାନିଟାଇଜର ବାଧ୍ୟତାମୂନକ କରାଯାଇଛି।

ଭକ୍ତମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି

ସେହିପରି ବାହାର ରାଜ୍ୟରୁ ଆସୁଥିବା ଭକ୍ତମାନେ ୪ ଦିନ ପୂର୍ବର ଆର୍‌ଟିପିସିଆର୍‌ ନେଗେଟିମ୍‌ ରିପୋର୍ଟ ବା କୋଭିଡ୍‌ ଟିକାର ଦୁଇଟି ଡୋଜର ସାର୍ଟିଫିକେଟ୍‌ ଦେଖାଇବାକୁ କୁହାଯାଇଛି। ଏହି ଦୁଇଟାରୁ ଗୋଟିଏ ରିପୋର୍ଟ ଦେଖାଇଲେ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ୍‌ କରୁଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ କରୋନାକୁ ଦେଖି ଶ୍ରୀମନ୍ଦିରକୁ ବନ୍ଦ ରଖାଯାଇଥିଲା। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଥିଲା। ବହୁ ବାଦ ବିବାଦ ପରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଖୋଲା ଯାଇଥିଲା। ସାନିଟାଇଜ୍‌ ପାଇଁ ସପ୍ତାହକୁ ଗୋଟିଏ ଦିନ ବନ୍ଦ ରଖିଥିଲା ଶ୍ରୀମନ୍ଦିର।

The post ଆଜି ରାତି ୮ରୁ ଶ୍ରୀମନ୍ଦିର ପ୍ରବେଶ ମନା appeared first on Odisha Reporter.



from Odisha Reporter https://ift.tt/3dmFfvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages