ମୋଦିଙ୍କ ରାଲିରେ ମାସ୍କ ପିନ୍ଧି ନଥିବା ଯୁବକଙ୍କ ଅଜବ ଯୁକ୍ତି, ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ମୋଦିଙ୍କ ରାଲିରେ ମାସ୍କ ପିନ୍ଧି ନଥିବା ଯୁବକଙ୍କ ଅଜବ ଯୁକ୍ତି, ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

କୋଲକାତା: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ଧାରଣ କରିଛି। ଦୈନିକ ସଂକ୍ରମଣ ପ୍ରତିଦିନ ୨ ଲକ୍ଷ ଉପରେ ରହୁଛି। ଏସବୁ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ରାଜନୀତିକ ଦଳଗୁଡ଼ିକ ଭୁଲୁନାହାନ୍ତି। ରାଜନୀତିକ ଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ସମାବେଶରେ ସାମାଜିକ ଦୂରତା କଥା ଛାଡ଼ନ୍ତୁ କେହି ବି ମାସ୍କ ପିନ୍ଧୁ ନାହାନ୍ତି।

ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଚବିହାର ସମାବେଶରେ ମାସ୍କ ନ ପିନ୍ଧି ନଥିବା ଜଣେ ଯୁବକଙ୍କ ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ପ୍ରବଳ ଭିଡ଼ ଭିତରେ ମାସ୍କ ନ ପିନ୍ଧି କେମିତି କରୋନାରୁ ରକ୍ଷା ପାଇବେ, ତା’ର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ଯଦି ଲୋକମାନେ ଖରାରେ ଛିଡ଼ା ହେବେ, ତା’ହେଲେ କରୋନା ଆପେଆପେ ଲୋପ ପାଇଯିବ ବୋଲି ସେ ଲଲନଟପ୍‌ ନାମକ ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ କହିଛନ୍ତି।

ମୋଦି ଭାଷଣ ଦେବା ବେଳେ ଅନେକ ଲୋକ ମାସ୍କ ନ ପିନ୍ଧି ହାତରେ ବିଜେପି ପତାକା ଧରି ସେଠାରେ ସମବେତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଯୁବକ ମଧ୍ୟ ରହିଥିଲେ। ଲଲନଟପ୍‌ର ରିପୋର୍ଟର ତାଙ୍କୁ ଯେତେବେଳେ କାହିଁକି ମାସ୍କ ପିନ୍ଧୁ ନାହାନ୍ତି ଓ ଆପଣଙ୍କୁ କ’ଣ କରୋନାର ଭୟ ନାହିଁ ବୋଲି ପ୍ରଶ୍ନ କରିଥିଲେ ସେ ଏହାର ଅଜବ ଉତ୍ତର ଦେଇଥିଲେ।

ଯୁବକ ଜଣଙ୍କ କହିଛନ୍ତି ଯେ “ଆମେ ଯେମିତି ଏଠି ପ୍ରବଳ ଖରାରେ ତଳେ ବସିଛୁ, ତା’କୁ ଦେଖିଲେ କରୋନା ପଳେଇବ। ଆମେ କରୋନାକୁ ଆଦୌ ଡରୁନାହୁଁ। ଖରାରେ ବସିବା ପରେ ଶରୀରରୁ ଯେତିକି ଝାଳ ବୋହିବ, କରୋନା ସେତେକି ଦୂରକୁ ଚାଲିଯିବ। ଏହା ଆମର ବିଶ୍ୱାସ। ସେଥିପାଇଁ ଆମେ ମାସ୍କ ପରିଧାନ କରୁନାହୁଁ।”

ଯୁବକଙ୍କ ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଶରେ କରୋନା କାୟାବିସ୍ତାର କରୁଥିବା ବେଳେ ଯୁବକଙ୍କ ଏଭଳି ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଉପରେ ରହୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, କର୍ଣ୍ଣାଟକା, କେରଳ ଓ ତାମିଲନାଡ଼ୁ କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।

The post ମୋଦିଙ୍କ ରାଲିରେ ମାସ୍କ ପିନ୍ଧି ନଥିବା ଯୁବକଙ୍କ ଅଜବ ଯୁକ୍ତି, ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ appeared first on Odisha Reporter.



from Odisha Reporter https://ift.tt/3dqhT8c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages