ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ଉପ-କାରାଗାରରେ ଆଜି ପୁଲିସ୍ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୋରାପୁଟ ଏସ୍ପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଜେଲ୍ରେ ଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ପେନ୍ଡ୍ରାଇଭ୍, ତିନି ସେଟ୍ ଡମ୍ବଲ୍, ତିନିଟି ଲୁହା ରଡ୍ ଓ କିଛି ପ୍ୟାକେଟ୍ ଖଇନି ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ଏଠାରେ ରହିଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ଏହି ସବୁ ଜିନିଷ୍ ଜବତ କରାଯାଇଛି।
ଆଜି ଭୋର୍ ୫ଟା ବେଳେ ଜୟପୁର ଉପ-କାରାଗାରରେ ଚଢ଼ାଉ କରାଯାଇଥିଲା। ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଚାଲିଥିଲା। ଜେଲ୍ର ସମସ୍ତ ୮ଟି ଯାକ ପୁରୁଷ ୱାର୍ଡ ଓ ଗୋଟିଏ ମହିଳା ୱାର୍ଡରେ ଯାଞ୍ଚ କରାଯାଇଥିଲା।
ଏସ୍ପି ବରୁଣ ଗୁଣ୍ଠପାଲି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଜେଲ୍ ଭିତରକୁ ମୋବାଇଲ୍ ସହିତ ଏତେ ସବୁ ଜିନିଷ କେମିତି ଗଲା, ତା’ର ତଦନ୍ତ କରାଯିବ।
ଏହି ଚଢ଼ାଉରେ ଜୟପୁର ଉପଜିଲାପାଳ ହେମକାନ୍ତ ସାଏ, ଅତିରିକ୍ତ ଏସ୍ପି ଉତ୍କଳ ରଞ୍ଜନ ଦାଶ, ଜୟପୁର ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝୀଙ୍କ ସମେତ ଜୟପୁର ଟାଉନ, ସଦର, ବୈପାରୀଗୁଡ଼ା ଓ କୁନ୍ଦୁରା ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ।
The post ଜେଲ୍ରେ ରେଡ୍: ଟଙ୍କା, ମୋବାଇଲ୍, ପେନ୍ ଡ୍ରାଇଭ୍ ଜବତ appeared first on Odisha Reporter.
from Odisha Reporter https://ift.tt/32ox6jL
No comments:
Post a Comment