ଏସ୍‌ସିବିରେ ହାଇଦରକୁ କିଏ ଦେଉଥିଲା ବିରିୟାନୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଏସ୍‌ସିବିରେ ହାଇଦରକୁ କିଏ ଦେଉଥିଲା ବିରିୟାନୀ?

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରକୁ କିଏ ଦେଉଥିଲା ବିରିୟାନୀ? ମିଳିଥିବା ସୂଚନା ଅନୁସାରେ ମେଡିକାଲ୍‌ରେ ହାଇଦରକୁ ବିରିୟାନୀ ଖୁଆଉଥିଲେ ତା’ ଘନିଷ୍ଠ ସହଯୋଗୀ ୟାକୁବ ଓରଫ ସଲ୍ଲୁ। ଏଥିସହ ବିଭିନ୍ନ କାମ ପାଇଁ ସଲ୍ଲୁ ତାର ସହଯୋଗ ଲୋଡୁଥିଲା। ସେଥିପାଇଁ ହାଇଦରକୁ ନିୟମିତ ଭେଟୁଥିଲା। ଆଜି ଚାଉଳିଆଗଞ୍ଜ ଥାନାରେ ୟାକୁବ୍‌ ଆତ୍ମସମର୍ପଣ କରିବା ପରେ ଏ ସଂପର୍କରେ ଜଣାପଡ଼ିଛି।

ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତ ଶନିବାର କଟକ ବଡ଼ ମେଡିକାଲରୁ ହାଇଦର ଚମ୍ପଟ ମାରିଥିଲା। ସେ ଫେରାର ମାରିବାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ୍ ତା’ର ପତ୍ତା ପାଉନି। ସେପଟେ ତାଙ୍କୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।

୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ଅନ୍ୟ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର‌ର ସମ୍ପୃକ୍ତି ଥିବା ସାମ୍ନାକୁ ଆସିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।

୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ‌ନହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେ ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଛି। ଏବେ ତାକୁ ଧରିବା ପାଇଁ ସୀମା ସିଲ୍‌ କରି ଖୋଜୁଛି।

The post ଏସ୍‌ସିବିରେ ହାଇଦରକୁ କିଏ ଦେଉଥିଲା ବିରିୟାନୀ? appeared first on Odisha Reporter.



from Odisha Reporter https://ift.tt/323zyMm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages