ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ? କସରତ ପରେ କ’ଣ କହିଲେ ପ୍ରଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ? କସରତ ପରେ କ’ଣ କହିଲେ ପ୍ରଦୀପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ, ତାକୁ ନେଇ ଆରମ୍ଭ ହୋଇଛି କସରତ। ପିପିଲି ଉପନିର୍ବାଚନର କିଛି ଦିନ ପୂର୍ବରୁ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସ ଏବେ ନୂଆ ପ୍ରାର୍ଥୀ ଚୟନ କରିବ। ତେବେ କିଏ ହେବ କଂଗ୍ରେସ ପ୍ରାର୍ଥୀ, ଏହାକୁ ପ୍ରତିକ୍ରିୟା ଦେଇଛନ୍ତି ଉପନିର୍ବାଚନ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ।

ପ୍ରଦୀପ ମାଝୀ କହିଛନ୍ତି, ‘ପ୍ରାର୍ଥୀ ଚୟନ କମିଟିର ସମସ୍ତ ସଦସ୍ୟଙ୍କର ମତାମତକୁ ଆଧାର କରି ଆମେ ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାର ସହିତ ପ୍ରଥମେ ଆଲୋଚନା କରିବୁ। ତାଙ୍କ ପରିବାରର ସଦସ୍ୟଙ୍କୁ ପ୍ରାଥମିକତା ଦିଆଯିବ। ଆଉ କିଛି ନାଁ ମଧ୍ୟ ତାଲିକାରେ ରହିଛି। ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମାନସ ଆଚାର୍ଯ୍ୟ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି। ଆମେ ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବୁ।’

ପ୍ରଦୀପ ମାଝୀ ଆହୁରି କହିଛନ୍ତି, ‘ଉପନିର୍ବାଚନରେ କଂଗ୍ରେସ ପାଇଁ ସହାନୁଭୂତି କଥା ଆଦୌ ନୁହେଁ। ଯେହେତୁ ଅଜିତ୍ ମଙ୍ଗରାଜ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଥିଲେ, ତେଣୁ ତାଙ୍କ ପତ୍ନୀ ଯଦି ପ୍ରାର୍ଥୀ ହୁଅନ୍ତି, ତାହେଲେ ଆମ ଆତ୍ମ ଶାନ୍ତି ପାଇବ। କାରଣ ଅଜିତ୍ ମଙ୍ଗରାଜଙ୍କର ଇଚ୍ଛା ଥିଲା ଯେ ସେ ଏହି ନିର୍ବାଚନରେ ପ୍ରାର୍ଥୀ ହେବେ। ସହାନୁଭୂତି ଲୋକଙ୍କ ଉପରେ ରହୁଛି। ଲୋକେ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।’

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୭ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ଏହି ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଥିଲା। ଏବେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆସନ୍ତା ମେ’ ୧୩ ତାରିଖରେ ହେବ ଏବଂ ମେ’ ୧୬ ତାରିଖରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି ହେବାପରେ ଶାସକ ବିଜେଡି ସେଠାରେ ଆଉ ନିର୍ବାଚନୀ ସଭା କି ଶୋଭାଯାତ୍ରା କରିବ ନାହିଁ ବୋଲି ଘୋଷଣା କରିଛି।

The post ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ? କସରତ ପରେ କ’ଣ କହିଲେ ପ୍ରଦୀପ appeared first on Odisha Reporter.



from Odisha Reporter https://ift.tt/3v5vcRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages