ଚତୁର୍ଥ ପର୍ଯ୍ୟାୟ ଭୋଟିଂ, ୬ଟି ଆସନରେ ମହିଳା ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ଚତୁର୍ଥ ପର୍ଯ୍ୟାୟ ଭୋଟିଂ, ୬ଟି ଆସନରେ ମହିଳା ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ

କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲ୍ଲାର ୪୪ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଯେଉଁଥିରେ ଦକ୍ଷିଣ ପରଗନା, ହାଓ୍ୱାଡା, ହୁଗୁଳୀ, କୁଚବିହାର, ଅଲିପୁରଦ୍ୱାର ରହିଛି। ମୋଟ୍ ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତା ୩୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣ ବିଧାୟକ ବାଛିବେ। ମୋଟ୍ ଭୋଟରଙ୍କ ମଧ୍ୟରୁ ୫୮, ୮୨,୫୧୪ ଜଣ ପୁରୁଷ ଥିବା ବେଳେ ୫୬,୯୮,୨୧୮ ମହିଳା ଏବଂ ୨୯୦ ଜଣ କିନ୍ନର ରହିଛନ୍ତି।

ସକାଳ ୭ଟାରୁ ପାଞ୍ଚଟି ଜିଲ୍ଲାର ୧୫,୯୪୦ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିବ ଏହି ମତଦାନ। ହାଓ୍ୱାଡାରେ ୯ଟି, ଦକ୍ଷିଣ ୨୪ ପରଗନାରେ ୧୧ଟି, ଆଲିପୁରଦାରରେ ୫ଟି, କୋଚ ବିହାରରେ ୫ଟି ଏବଂ ହୁଗୁଳି ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଚତୁର୍ଥ ପର୍ଯ୍ୟାୟ ଭୋଟିଂରେ ସୁରକ୍ଷା ଦାୟିତ୍ୱରେ ୭୯୩ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ ରହିଛନ୍ତି।

ଦକ୍ଷିଣ ୨୪ ପରଗନାର ୧୧ଟି ଆସନରେ ମହିଳା ଭୋଟରଙ୍କ ପ୍ରାୟ ୬ଟି ଆସନରେ ପ୍ରଭାବ ରହିଛି। ଏଠାରେ ମହିଳା ଭୋଟର ମାନେ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ଏଠାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ। ପ୍ରଚାର ବେଳେ ଟିଏମସି, ବିଜେପି ସମେତ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ମହିଳାଙ୍କ ଭୋଟ୍ ହାତେଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି। ହେଲେ ଏଠାରେ ବିଜେପି ଏବଂ ଟିଏମସି ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଜଣାପଡ଼ିଛି।

ହେଲମେଟ୍ ପିନ୍ଧି ମତଦାନ କେନ୍ଦ୍ର ବୁଲିଲେ ଟିଏମସିର ବିଧାୟକ ପ୍ରାର୍ଥୀ (odishareporter.in)

ଚତୁର୍ଥ ପର୍ଯ୍ୟାୟରେ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା ସମେତ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍ କରି ଭୋଟରଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

ଅନ୍ୟପଟେ କୋଲକାତାର ଟୋଲିଗଞ୍ଜର ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ଗାନ୍ଧୀ କଲୋନୀ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ମତଦାନ କେନ୍ଦ୍ରରେ ଦଳର ମତଦାନ ଏଜେଣ୍ଟଙ୍କୁ ପ୍ରବେଶ କରିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ପରିଚୟ ପତ୍ର ପାଇବା ପରେ ମଧ୍ୟ ପ୍ରିଜାଇଡିଂ ଅଫିସରମାନେ ସେମାନଙ୍କୁ ଭିତରକୁ ଯିବାକୁ ଦେଉନଥିଲେ। ହେଲେ ୱେବସାଇଟରୁ ସବିଶେଷ ତଥ୍ୟ ଦେଖାଇବା ପରେ ମତଦାନ ଏଜେଣ୍ଟଙ୍କୁ ଯିବାକୁ ଅନୁମତି ଦିଆଯାଇଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି।

The post ଚତୁର୍ଥ ପର୍ଯ୍ୟାୟ ଭୋଟିଂ, ୬ଟି ଆସନରେ ମହିଳା ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ appeared first on Odisha Reporter.



from Odisha Reporter https://ift.tt/3wLQtkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages