ହେଲମେଟ୍ ପିନ୍ଧି ମତଦାନ କେନ୍ଦ୍ର ବୁଲିଲେ ଟିଏମସିର ବିଧାୟକ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ହେଲମେଟ୍ ପିନ୍ଧି ମତଦାନ କେନ୍ଦ୍ର ବୁଲିଲେ ଟିଏମସିର ବିଧାୟକ ପ୍ରାର୍ଥୀ

କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲ୍ଲାର ୪୪ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଯେଉଁଥିରେ ଦକ୍ଷିଣ ପରଗନା, ହାଓ୍ୱାଡା, ହୁଗୁଳୀ, କୁଚବିହାର, ଅଲିପୁରଦ୍ୱାର ରହିଛି। ମୋଟ୍ ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତା ୩୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣ ବିଧାୟକ ବାଛିବେ। ମୋଟ୍ ଭୋଟରଙ୍କ ମଧ୍ୟରୁ ୫୮, ୮୨,୫୧୪ ଜଣ ପୁରୁଷ ଥିବା ବେଳେ ୫୬,୯୮,୨୧୮ ମହିଳା ଏବଂ ୨୯୦ ଜଣ କିନ୍ନର ରହିଛନ୍ତି।

କୁଚ ବିହାରର ଜିଲ୍ଲାରେ ଥିବା ନଟବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଟିଏମସି ପ୍ରାର୍ଥୀ ରବିନ୍ଦ୍ର ନାଥ ଘୋଷ ହେଲମେଟ୍ ପିନ୍ଧି ବିଭିନ୍ନ ବୁଥ ବୁଲୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସେ ଏହାକୁ ପିନ୍ଧିଛନ୍ତି। ସାଧାରଣ ଲୋକଙ୍କ ଉପରେ ଭରସା ନାହିଁ ବୋଲି ସେ କହିଛନ୍ତି। ବିଜେପିର କର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛନ୍ତି। ତେଣୁ ସେମାନେ ଆକ୍ରମଣ କରିପାରନ୍ତି ଆଶଙ୍କା କରି ସେ ହେଲମେଟ୍ ପିନ୍ଧିଛନ୍ତି ବୋଲି କହିଛନ୍ତି।

ଶନିବାର ସକାଳେ ରବୀନ୍ଦ୍ରନାଥ ଘୋଷ ତାଙ୍କ ଘରୁ ବାହାରିବା ବେଳେ ନୀଳରଙ୍ଗର ହେଲମେଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ସେ କାହିଁକି ହେଲମେଟ୍ ପିନ୍ଧିଛନ୍ତି ବୋଲି ପଚରାଯିବାରୁ ସେ ପ୍ରଥମେ ଥଟ୍ଟା କରି ଅପ୍ରାସଙ୍ଗିକ କଥା କହିଥିଲେ, ପରେ ବିଜେପି କର୍ମୀଙ୍କୁ ଡରି ଏଭଲି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଥିଲେ। ପରିସ୍ଥିତିର ଚାପ ଯୋଗୁଁ ତାଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମୁଁ ନିଜକୁ ଏବେ ମୋର ମୁଣ୍ଡକୁ ସୁରକ୍ଷିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଭୋଟ୍ ପାଇବା ପାଇଁ ବିଜେପି କିଛି ବି କରିପାରେ ବୋଲି ସେ କହିଛନ୍ତି। ନିକଟରେ ଟିଏମସି କର୍ମୀ ସୁଜତା ଖାନଙ୍କୁ କିପରି ଆକ୍ରମଣ କରାଯାଇଥିଲା ଦେଖି ସେ ହେଲମେଟ୍ ପିନ୍ଧିଥିବା କହିଛନ୍ତି। ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି।

The post ହେଲମେଟ୍ ପିନ୍ଧି ମତଦାନ କେନ୍ଦ୍ର ବୁଲିଲେ ଟିଏମସିର ବିଧାୟକ ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/321wEYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages